ଅଭିନେତ୍ରୀ ମଲାଇକା ଆରୋରାଙ୍କ ଉପରେ ଦୁଃଖର ପାହାଡ଼ ଛିଡ଼ିପଡ଼ିଛି । ଅଭିନେତ୍ରୀଙ୍କ ବାପା ଅନିଲ ଆରୋରା ଏହି ଦୁନିଆରୁ ବିଦାୟ ନେଇଛନ୍ତି । କୁହାଯାଉଛି ଯେ ମଲାଇକାଙ୍କ ବାପା ବାନ୍ଦ୍ରସ୍ଥିତ ତାଙ୍କ ଘରର ତୃତୀୟ ମହଲାରୁ ଡ଼େଇଁ ଆତ୍ମହତ୍ୟା କରିଛନ୍ତି । ଏହି ଖବର ପରେ ମଲାଇକା ଆରୋରା ପୁଣେରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି । ବର୍ତମାନ ଅଭିନେତାଙ୍କ ବାପାଙ୍କ ମୃତଦେହ ବାବା ଡ଼ାକ୍ତରଖାନାରେ ରଖାଯାଇଛି । ଏହି ଘଟଣା ବୁଧବାର ସକାଳ 9 ଟାରେ ଘଟିଥିବା ଜଣାପଡ଼ିଛି । ଖବରପାଇ ମୁମ୍ବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି କଷ୍ଟ ସମୟରେ ମଲାଇକାଙ୍କ ପୂର୍ବତନ ସ୍ବାମୀ ଅରବାଜ ଖାନ ମଧ୍ୟ ତାଙ୍କ ଘରେ ପହଞ୍ଚିଛନ୍ତି । ଅରବାଜଙ୍କୁ ମଲାଇକାଙ୍କ ଘର ବାହାରେ ପୋଲିସ ସହ କଥାବାର୍ତା ଦେଖିବାକୁ ମିଳିଛି ।
ପୋଲିସ ସୂଚନାନୁସାରେ ମଲାଇକାଙ୍କ ବାପା ଷଷ୍ଠ ମହଲା ଗ୍ୟାଲେରୀରୁ ଡ଼େଇଁ ଆତ୍ମହତ୍ୟା କରିଛନ୍ତି । ବାନ୍ଦ୍ରା ପୋଲିସ ଏବଂ କ୍ରାଇମବ୍ରାଞ୍ଚ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ବର୍ତମାନ ସୁଦ୍ଧା ପୋଲିସ ଘଟଣାସ୍ଥଳରୁ କୌଣସି ସୂଚନା ପାଇନାହିଁ ।