ସବୁ ଗାଁକୁ ବିଜୁଳି । ଆଗାମୀ ଦିନରେ କୈାଣସି ଗାଁ ଅନ୍ଧାରରେ ରହିବ ନାହିଁ । ନୂଆ ସରକାର ଏଥପ୍ରତି ଧ୍ୟାନ ଦେଉଛନ୍ତି । ୨୦୨୫ ସୁଦ୍ଧା ସମସ୍ତ ରାଜସ୍ୱ ଗାଁକୁ ବିଜୁଳି ଯୋଗାଣ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଉତ୍ତର ରଖିଥିଲେ । ଆଜି ବିଧାନସଭାରେ ଗ୍ରାମାଞ୍ଚଳରେ ବିଦ୍ୟୁତ ସମସ୍ୟାକୁ ନେଇ ପ୍ରଶ୍ନକାଳରେ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଉତ୍ତର ରଖିଥିଲେ । କେବେ ସୁଦ୍ଧା ସବୁ ଗାଁକୁ ବିଦ୍ୟୁତ ସଂଯୋଗ କରାଯିବ ବୋଲି ପ୍ରଶ୍ନ ପଚାରିଥଲେ ବିଜେଡି ବିଧାୟକ ବଦ୍ରି ପାତ୍ର । ଏହାକୁ ନେଇ ଉତ୍ତରରେ ଶକ୍ତି ମନ୍ତ୍ରୀ କେଭି ସିଂ ଦେଓ କହିଥିଲେ ୨୪ ବର୍ଷ ହେଲା ବିଜେଡି ଶାସନ କରୁଥିଲା । କାହିଁକି ବିଜୁଳି ଦେଇନଥିଲେ ସରକାର । ଜିଲ୍ଲାସ୍ତରୀୟ କମିଟି ନ ବସିବାର କାରଣ ଆପଣ କହିପାରିବେ ବୋଲି କହିଥିଲେ । ଆମେ ୩ ମାସ ହେଲା ଆସିଛୁ ସରକାରରେ । ଆମେ ଆଶ୍ୱାସନା ଦେଉଛୁ କି ଏଣିକି ନିୟମିତ କମିଟି ବସିବ ଏବଂ କେଉଁ ଗାଁକୁ ବିଜୁଳି ନାହିଁ ତାର ତର୍ଯମା କରାଯିବ । ଏହା ବ୍ୟତୀୟ ସ୍ମାର୍ଟ ମିଟର ଅବ୍ୟବସ୍ଥାକୁ ନେଇ ବିଧାୟକ ଅଶୋକ ଦାସଙ୍କ ପ୍ରଶ୍ନର ଉତ୍ତରରେ ଶକ୍ତି ମନ୍ତ୍ରୀ ଶକ୍ତି ସଂରକ୍ଷଣ ପାଇଁ ଅପିଲ କରିଛନ୍ତି । ସେ କହିଛନ୍ତି ଶକ୍ତି ସଂରକ୍ଷଣ ଶିଖନ୍ତୁ, ମାଗଣା ବିଜୁଳି ଆଶା ରଖନ୍ତୁ ନାହିଁ । ଶକ୍ତି ସଂରକ୍ଷଣ ସଚେତନତା ପାଇଁ ଉପଭୋକ୍ତାଙ୍କୁ ମେସେଜ୍ ଓ ଭିଡ଼ିଓ ପଠାଯାଉଛି ।