ରାତିରେ ଶୀଘ୍ର ଶୋଇବା ସକାଳେ ଶୀଘ୍ର ଉଠିବା ଉତ୍ତମ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ । ମାତ୍ର ବର୍ତମାନ ସମୟରେ ଅଧିକାଂଶ ଲୋକେ ବିଳମ୍ବିତ ରାତି ଯାଏଁ ଅନୁଦ୍ରା ରହୁଛନ୍ତି । ବିଶେଷ କରି ମୋବାଇଲ ଦେଖି ବିଳମ୍ବିତ ରାତିରେ ଶୋଉଛନ୍ତି । ମାତ୍ର ରାତିରେ ବିଳମ୍ବିତ ରାତିରେ ଶୋଇବା ଏହି ଅଭ୍ୟାସ ମୁଧୁମେହ 2ର କାରଣ ପାଲଟିଥାଏ ।
ଏକ ଅଧ୍ୟୟନରୁ ଜଣାପଡ଼ିଛି ବିଳମ୍ବିତ ରାତିରେ ଶୋଉଥିବା ଓ ସକାଳେ ଶୀଘ୍ର ଉଠୁଥିବା ଲୋକଙ୍କ ତୁଳନାରେ ମଧୁମେୟ 2 ହେବାର ସମ୍ଭାବନା 46 ପ୍ରତିଶତ ଅଧିକ ସମ୍ଭାବନା ଥାଏ । କମ ପରିମାଣରେ ଶୋଇବା ଓ ଭୁଲ ଜୀବନଶୈଳୀ ମଧୁମେହର ମୁଖ୍ୟ କାରଣ ।
ଯେଉଁମାନେ ବିଳମ୍ବିତ ରାତି ଯାଏଁ ଅନିଦ୍ରା ରୁହନ୍ତି ଅନ୍ୟ ମାନଙ୍କ ତୁଳନାରେ ସେମାନଙ୍କ ନିକଟରେ ମଧୁମେହ 2 ହେବାର ସମ୍ଭାବନା 46 ପ୍ରତିଶତ ଅଧିକ ଥାଏ । ଅଧ୍ୟୟନ ପାଇଁ ଲୋକମାନଙ୍କୁ 3 ଭାଗରେ ଭାଗ କରାଗଲା । ପ୍ରଥମ ସକାଳେ ଶୀଘ୍ର ଉଠୁଥିବା ମଧ୍ୟମ ଓ 3ୟ ବିଳମ୍ବରେ ଉଠୁଥିବା ଲୋକଙ୍କୁ ଏଥିରେ ସମାିଲ କରାଯାଇ ପରୀକ୍ଷା କରାଗଲା ।
ଯେଉଁମାନେ ବିଳମ୍ବିତ ରାତିରେ ଶୁଅନ୍ତି ସେମାନେ ସକାଳେ ମଧ୍ୟ ବିଳମ୍ବରେ ଉଠନ୍ତି । ଅଧ୍ୟୟନରେ କୁହାଯାଇଛି ଯେଉଁମାନେ ବିଳମ୍ବିତ ରାତିରେ ଶୋଉଛନ୍ତି ସେମାନଙ୍କ ନିକଟରେ ମଧୁମେୟ 2 ଓ ମେଟାବୋଲିଜମ ଜନିତ ସମସ୍ୟା ଅଧିକ ଦେଖାଯାଉଛି । ବିଳମ୍ବିତ ରାତିରେ ଶୋଇଲେ ପେଟ ବଢିବା ଶରୀରରେ ଚର୍ବି ଜମାଟ ବାନ୍ଧିବା ଯକୃତ ଉପରେ ଚର୍ବି ଜମାଟ ବାନ୍ଧିବା ଭଳି ସମସ୍ୟା ଅଧିକ ଦେଖା ଯାଇଥାଏ ।