ଆପଣ ପୁରୀ ଯାଉଥିଲେ ଅନେକ ତିକ୍ତ ଅନୁଭୂତି ନେଇ ଫେରୁଥିବା ଭକ୍ତଙ୍କ ଗହଳି ଭିତରେ ବିଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଦୀର୍ଘ ସମୟ ଲମ୍ବାଧାଡ଼ିରେ ଛିଡ଼ା ହେବା, କାଳିଆର ଦର୍ଶନ ପାଇଁ ଠେଲାପଲା କରିବା ଭଳି ଅନୁଭୂତି ସାଧାରଣ ଭକ୍ତଙ୍କର ରହିଥିବ । ଆଉ ଯିଏ ସୁଯୋଗ ପାଇ ଶ୍ରୀମନ୍ଦିର ଭିତରକୁ ଚାଲିଗଲା ସେବାୟତଙ୍କ ଶୋଷଣ ଭଳି ଅଲୋଡ଼ା ଅନୁଭୂତି ବି ପାଇଥିବେ । ଏଣିକି ଶ୍ରୀଜୀଉଙ୍କ ଦର୍ଶନ କିଭଳି ସୁଖଦ ହେବ ସେଥିପାଇଁ ସରକାର ଏକାଧିକ ପଦକ୍ଷେପ ନେଇଛନ୍ତି । ବ୍ୟବସ୍ଥିତ ହେବ ଶ୍ରୀମନ୍ଦିର ଭିତରେ ଦର୍ଶନ ।ଶ୍ରୀମନ୍ଦିର ଭିତରେ ଥିବା ନାଟ ମଣ୍ଡପରେ ସମସ୍ତ ଭକ୍ତ ଏଥର ମହାପ୍ରଭୁଙ୍କ ଆଖି ସହ ଆଖୀ ମିଶାଇ ନିଜର ଚର୍ମଚକ୍ଷୁ ପବିତ୍ର କରିବେ । ଭକ୍ତଙ୍କ ପାଇଁ ଧାଡ଼ି ଦର୍ଶନ ବ୍ୟାବସ୍ଥା ହେବା ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ । ଶୀତତାପ ନିୟନ୍ତ୍ରଣ ହେବ ନାଟମଣ୍ଡପ ହଟିବ ଆଲମିରା ଓ ସିନ୍ଦୁକା ଏହାକୁ କାର୍ଯ୍ୟକାରୀ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜିଲ୍ଲାପାଳ ଓ ଏସପିଙ୍କୁ ଦାୟିତ୍ବ ଦେଇଛନ୍ତି ସରକାରୀ ବିଭିନ୍ନ ନିଯୋଗ ସହ ଆଲୋଚନା ହୋଇଛି । ପରମ୍ପରେ ଓ ସେବା ପୁଜାରେ ବିଘ୍ନ ନଘଟାଇ ବ୍ୟବସ୍ଥା କରାଯିବା ଏହା ସରକାରଙ୍କ ପାଇଁ ବଡ଼ ଆହ୍ବାନ ବୋଲି ବିଭିନ୍ନ ମହଲରେ କୁହାଯାଉଛି । ସେପଟେ ଜିଲ୍ଲାପାଳ କହିଛନ୍ତି ପ୍ରାଥମିକ ପର୍ଯ୍ୟାୟରେ ଶ୍ରୀମନ୍ଦିର ଇଂଜିନିୟରିଂ ବିଭାଗ ପରାମର୍ଶଦାତାଙ୍କ ସହ ଆଲୋଚନା କରି ପର୍ଯ୍ୟାୟକ୍ରମରେ ସୁ – ବ୍ୟବସ୍ଥା କରାଯିବ ।