ମହାରାଷ୍ଟ୍ରରେ କିଏ ଗଢ଼ିବ ସରକାର । ବିଜେପି ଶିବସେନା ସରକାର ଗଢ଼ିବେ ନା କଂଗ୍ରେସ ମେଂଟ ସରକାର ଗଢ଼ିବ । ୨୦୧୯ରେ ମହାରାଷ୍ଟ୍ରରେ ବିଜେପି ସହଯୋଗୀ ଦଳ ସହ ମେଂଟ କରି ସରକାର ଗଢ଼ିଥିଲା । ଗତ ୪୦ ବର୍ଷ ମଧ୍ୟରେ ଦେବେନ୍ଦ୍ର ଫଡନବିଶ ଏକ ମାତ୍ର ମୁଖ୍ୟମନ୍ତ୍ରୀ ଯିଏ ସୁରୁଖୁରୁ ଭାବେ ନିଜର ୫ ବର୍ଷ କାର୍ଯ୍ୟକାଳ ପୂରଣ କରିଥିଲେ ମଧ୍ୟ ଗତଥର ମୁଖ୍ୟମନ୍ତ୍ରୀ ଅଧାରୁ ଛାଡିବାକୁ ପଡ଼ିଥିଲା। ଏବେ ପୁଣିଥରେ ବିଧାନସଭା ନିର୍ବାଚନରେ ବିଜୟ ଲାଭ କରି ସେ ତାଙ୍କର ଦ୍ୱିତୀୟ ଇନିଙ୍ଗସ୍ ଆରମ୍ଭ କରିବେ କି ପୁଣି ଉପମୁଖ୍ୟମନ୍ତ୍ରୀ ହେବେ ତାହା ସ୍ପଷ୍ଟ ହୋଇନାହିଁ। ହେଲେ ପୂର୍ବାପେକ୍ଷା ଏଥର ମହାରାଷ୍ଟ୍ର ରାଜନୀତି ଅଧିକ ସରଗରମ ରହିଛି ।
ସେତେବେଳେ ଶିବସେନା ବିଭାଜିତ ହୋଇନଥିଲା । ଏହାରି ଭିତରେ ଶିବସେନା ବିଭାଜିତ ହୋଇଛି । ସେତେବେଳେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା ସ୍ଥିତି ସୃଷ୍ଟି ହେବାରୁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କଂଗ୍ରେସ ଓ ଏନସିପି ସହ ମିଶି ସରକାର ଗଠନ କରିଥିଲେ। ୨୦୨୨ରେ ଶିବସେନା ନେତା ସିନ୍ଦେ ବିଦ୍ରୋହ କରିବାରୁ ଉଦ୍ଧବ ଠାକରେଙ୍କ ସରକାର ଭୁଶୁଡ଼ି ପଡ଼ିଥିଲା।ପୁଣି ସିନ୍ଦେ ମୁଖ୍ୟମନ୍ତ୍ରୀ ହେଲେ ଏବଂ ଏବେ ବିଜେପି ସହ ସରକାର ଚାଲିଛି ।
ସିନ୍ଦେ ବିଜେପି ସହ ମିଶି ସରକାର ଗଠନ କରିବା ସହ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ଏନସିପି ଦୁଇଫାଳ ହେଲା । ଅଜିତ ପାୱାର ଦାଦା ଶରଦ ପାୱାରଙ୍କୁ ଛାଡ଼ି ଏନସିପି ସରକାରରେ ସାମିଲ ହୋଇଛି । ସେ ମଧ୍ୟ ବିଜେପିରେ ମିଶିବାରୁ ଏନସିପି ଦୁଇ ଫାଳ ହୋଇ ଯାଇଯାଇଛି ।
ଚଳିତ ଲୋକସଭାରେ ବିଜେପିକୁ ଟକ୍କର ଦେଇଛି ଇଣ୍ଡି ମେଂଟ । ଉଦ୍ଧବ ଠାକରେ ଓ ଶରଦ ପାୱାରଙ୍କ ପାଖରେ ମୂଳ ଶିବସେନା ଓ ଏନସିପି ଚିହ୍ନ ନଥିଲେ ହେଁ ସେମାନେ ଭଲ ଭୋଟ ପାଇଛନ୍ତି । ଆଗକୁ ବିଧାନସଭା ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି। କିଏ ଜିତିବ , କିଏ ସରକାର ଗଠନ କରିବ ତାହାକୁ ନେଇ ରାଜନୀତି ସରଗରମ ରହିଛି ।
ବିଜେପି, ଶିବସେନା ଓ ଏନସିପି ମଧ୍ୟ ଭଲ ଭୋଟ ପାଇବ । ତେବେ କାହାକୁ କେତେ ସିଟ ମିଳିବ ତାହା ଦେଖିବାକୁ ପଡ଼ିବ । ମହାରାଷ୍ଟ୍ରର ୨୮୮ଟି ବିଧାନସଭା ଆସନ ରହିଛି । ବିଜେପି ଏକାକୀ ୧୪୦ ଆସନ ଚାହୁଁଛି । ଏକନାଥ ସିନ୍ଦେଙ୍କ ଶିବସେନାର ୮୦ଟି ଆସନ ଚାହୁଁଛି । ଅଜିତ ପାୱାରଙ୍କ ଏନସିପି ସମ୍ଭବତଃ ୫୫ଟି ସିଟ ଚାହୁଁଛି । ତେବେ ଆଲୋଚନା ପରେ କିଏ କେତେ ଆସନ ପାଇବ ତାହା ଜଣାପଡିବ । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏନଡିଏ ମେଂଟ ଏବଂ ଇଣ୍ଡି ମେଂଟକୁ ନେଇ ଲଢ଼େଇ ହେବ । କଂଗ୍ରେସ, ଉଦ୍ଧବ ଠାକରେଙ୍କ ଶିବସେନା ଓ ଶରଦ ପାୱାରଙ୍କ ଏନସିପି ମିଳିତ ଭାବେ ଏମଭିଏ ଗଠନ କରିଛନ୍ତି।