ଦେଶର ଆବଶ୍ୟକତା ଓ ଶିଳ୍ପର ଚାହିଦାକୁ ପୂରଣ କରିବା ଲକ୍ଷ୍ୟରେ ଭାରତ ସରକାର ଓ ଘରୋଇ ଶିଳ୍ପୋଦ୍ୟୋଗୀଙ୍କ ମିଳିତ ସହଯୋଗରେ ଏକ ତିନି ଦିନିଆ ଜାତୀୟ ସମ୍ମିଳନୀ ସେମିକନ- ଇଣ୍ଡିଆ-2024 ଉତ୍ତରପ୍ରଦେଶ ଗ୍ରେଟର ନୋଏଡ଼ାଠାରେ ହେବାକୁ ଯାଉଛି । ଏପରିକି 2024 ସେପ୍ଟେମ୍ବର 11 ପୂର୍ବାହ୍ନ 10 ଟା 30 ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡିଆ ଏକ୍ସପୋ ମାର୍ଟରେ ସେମିକନ ଇଣ୍ଡିଆ-2024କୁ ଉଦଘାଟନ କରିବେ । ଏହି ଅବସରରେ ସେ ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବାଧିତ କରିବେ । ଏପରିକି ସେମିକଣ୍ଡକକ୍ଟର ଡ଼ିଜାଇନ, ଉତ୍ପାଦନ ଏବଂ ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ ଭାରତକୁ ବିଶ୍ବସ୍ତରୀୟ ହେବାରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ରହିଛି । ଏହି ଦୃଷ୍ଟିକୋଣ ଅନୁଯାୟୀ , ସେପିଂ ଦ ସେମିକଣ୍ଡକ୍ଟର ଫ୍ୟୁଚର ଶୀର୍ଷକ ବିଷୟବସ୍ତୁ ସହିତ 11ରୁ 13 ସେପ୍ଟେମ୍ବର ମଧ୍ୟରେ ସେମିକନ ଇଣ୍ଡିଆ- 2024 ଆୟୋଜିତ ହେଉଛି । ସେହିଭଳି ସେପ୍ଟେମ୍ବର 11ରୁ 13 ପର୍ଯ୍ୟନ୍ତ ତିନିଦିନିଆ ସମ୍ମିଳନୀରେ ଭାରତର ସେମିକଣ୍ଡକ୍ଟର ରଣନୀତି ଏବହ ନୀତି ପ୍ରଦର୍ଶିତ ହେବ, ଯାହା ଭାରତକୁ ସେମିକଣ୍ଡକ୍ଟର ପାଇଁ ଏକ ବିଶ୍ବସ୍ତରୀୟ ହବରେ ପରିଣତ କରିବେ । ଏଥିରେ ବିଶ୍ବସ୍ତରୀୟ ସେମିକଣ୍ଡକ୍ଟରର ପ୍ରମୁଖ ନେତୃତ୍ବ ଯୋଗଦେବା ସହିତ ବିଶ୍ବସ୍ତରୀୟ ନେତା କମ୍ପାନୀ ଏବଂ ସେମିକଣ୍ଡକ୍ଟର ଶିଳ୍ପର ବିଶେଷଜ୍ଞମାନଙ୍କୁ ଏହି ସମ୍ମିଳନୀ ଏକତ୍ର କରିବ।