ଗତ ଦୁଇ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ ଏବଂ ରୁଷିଆ ଗସ୍ତ କରିଛନ୍ତି । ରୁଷିଆ ଗସ୍ତ ପରେ ଆମେରିକା ସହ ସମ୍ପର୍କ ଖରାପ ହେବାର ଆଲୋଚନା ହୋଇଥିଲା । ତେବେ ବର୍ତମାନ ଆମେରିକାରେ ପୂର୍ବତନ ବୈଦେଶିକ ସଚିବ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୁଷିଆ ଗସ୍ତକୁ ନେଇ ଉଦବେଗକୁ ଖାରଜ କରିଛନ୍ତି । ଓ୍ବାଶିଂଟନ ପ୍ରତି ପାଞ୍ଚ ମିନିଟରେ ନୂଆଦିଲ୍ଲୀର ବିଶ୍ବସ୍ତତା ପରୀକ୍ଷା କରିପାରିବ ନାହିଁ ବୋଲି ସେ କହିଛନ୍ତି ।
ପୂର୍ବତନ ବୈଦେଶିକ ମନ୍ତ୍ରୀ କଣ୍ଡୋଲିଜା ରାଇସ ଭାରତ ଆମେରିକା ସମ୍ପର୍କକୁ ଭାରତ ଆମେରିକା ପ୍ରତିରକ୍ଷା ତ୍ବରାନ୍ବିତ ଇକୋସିଷ୍ଟମ ରେ ସ୍ଥାୟୀ ଏବଂ ଦ୍ବିପାକ୍ଷିକ ବୋଲି ବର୍ଣ୍ଣନା କରିଛନ୍ତି । ଏଥିସହ ଜୋର ଦେଇଛନ୍ତି ଯେ ଯିଏ ହ୍ବାଇଟ ହାଉସକୁ ଆସେ ସେ ଏହି ସମ୍ପର୍କର ମହତ୍ତ୍ବ ଜାଣନ୍ତି । ଯେପରି ଭାରତ କହିଛି ଦେଶଗୁଡ଼ିକ ହ୍ନୈତିକ ସ୍ବାଧୀନତା ଚାହୁଁଛନ୍ତି ଏବଂ ମୋର ଏଥିରେ କୌଣସି ଅସୁବିଧା ନାହିଁ । କିନ୍ତୁ ଏହା ଆମର ଗଭୀର ଆଗ୍ରହ ଯାହା ଶେଷରେ ଏକ ଶକ୍ତିଶାଳୀ ସହଭାଗୀତା ଆଣିବ ।
ଷ୍ଟାନଫୋର୍ଡ଼ର ହୁତ୍ତର ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ରାଇସ ରୁଷିଆର ସମାରିକ ଉପକରଣକୁ ଜଙ୍କ ବୋଲି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ସସ୍କୋ ଗସ୍ତ ପ୍ରତିରକ୍ଷା ପ୍ରସଙ୍ଗରେ ଅଧିକ ଅଗ୍ରଗତି ଆଣିବ ନାହିଁ । ଆମେରିକା ବିଶ୍ବାସ କରୁଛି ଯେ ଭାରତ ସହ ସାମରିକ ସହଯୋଗ ବୃଦ୍ଧି କରିବାରେ ଏହା ମନ୍ଥର ହୋଇଛି ଏବଂ କିଛି ଗୁରୁତ୍ବପୂଣ୍ଣ ସମୟ ଏବଂ ସୁଯୋଗ ହାତଛଡ଼ା କରିଛି । ସେ ଏହା ମଧ୍ୟ କହିଛନ୍ତି ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ତାଙ୍କ ରୁଷିଆର ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ସୀମାହୀନ ସମ୍ପର୍କ ବିଷୟରେ ପ୍ରଧାନମନ୍ତ୍ରୀ ମୋଦି ଅବଗତ ଅଛନ୍ତି ଏବଂ ଏହା ଭାରତ ପାଇଁ ଏକ ବଡ଼ ଆହ୍ବାନ ହୋଇପାରେ ।