କୋଇଲା ଦୁର୍ନୀତି ମାମଲାରେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ଏବଂ ତାଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କ ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ତାଙ୍କ ପିଟିସନରେ ସେ ଏହି ସ୍କାମ ସଂପର୍କରେ ଗ୍ରହଣ କରାଯାଇଥିବା ଇଡି ସମନକୁ ଚ୍ୟାଲେଂଜ କରି କହିଥିଲେ ଆମ ଘର କୋଲକତାରେ କିନ୍ତୁ ଦିଲ୍ଲୀ ଡାକୁଛି ଇଡି । ଏହାକୁ କୋର୍ଟ ଗ୍ରହଣ କରିନଥିଲେ ।
ତାଙ୍କ ଆବେଦନରେ ସେ କହିଥିଲେ ଯେ ତାଙ୍କର ସାଧାରଣ ବାସସ୍ଥାନ କୋଲକାତାରେ ଅଛି, କିନ୍ତୁ ଇଡି ତାଙ୍କୁ ନୂଆଦିଲ୍ଲୀରେ ହାଜର ହେବାକୁ କହିଥିଲେ। ତାଙ୍କ ଆବେଦନକୁ ବିଚାର କରି ଜଷ୍ଟିସ୍ ବି ତ୍ରିବେଦୀ ଏବଂ ସତୀଶ ଚନ୍ଦ୍ର ଶର୍ମାଙ୍କ ବେଞ୍ଚ ଏହାର ରାୟ ଦେଇଛନ୍ତି। ଏହାପୂର୍ବରୁ, ଏହି ମାମଲାର ନିଷ୍ପତ୍ତି ଅଗଷ୍ଟ 13 ରେ ସଂରକ୍ଷିତ ଥିଲା।
ଅଭିଷେକ ବାନାର୍ଜୀ ଏବଂ ତାଙ୍କ ପତ୍ନୀଙ୍କୁ ଇଡି ଦ୍ୱାରା ପଠାଯାଇଥିବା ସମନଗୁଡ଼ିକରେ କୁହାଯାଇଥିଲା ଯେ ଏହି ସ୍କାମ ଟଙ୍କା ଦିଲ୍ଲୀ ଏବଂ ବିଦେଶକୁ ହସ୍ତାନ୍ତର କରାଯାଇଥିଲା, ତେଣୁ ସେମାନଙ୍କୁ ଦିଲ୍ଲୀରେ ପଚରାଉଚରା କରାଯାଇପାରିବ, ଯେତେବେଳେ କି ବାନାର୍ଜୀ ଏବଂ ତାଙ୍କ ପତ୍ନୀ ଏହାକୁ ବିରୋଧ କରିଥିଲେ ।
ଆପଣଙ୍କୁ କହିରଖୁଛୁ ଯେ ଏହି ମାମଲାରେ ଅଭିଷେକ ବାନାର୍ଜୀଙ୍କ ପାଇଁ କପିଲ ସିବଲ ଏବଂ ଅଭିଷେକ ମନୁ ସିଂଭି ଏବଂ ଗୋପାଳ ଶଙ୍କରନାରାୟଣ ରୁଜିରା ବାନାର୍ଜୀଙ୍କ ପାଇଁ କୋର୍ଟରେ ହାଜର ହୋଇଥିଲେ।