ବେଲରୁଷର ଆରିନା ସାବାଲେଙ୍କା ଚଳିତ ୟୁଏସ ଓପନ ଟେନିସ ପ୍ରତିଯୋଗିତାରେ ମହିଳା ଏକକ ଟ୍ରଫି ଜିତିଛନ୍ତି । ଫାଇନାଲରେ ବିଶ୍ବର ଏହି ଦୁଇ ନମ୍ବର ମହିଳା ଖେଳାଳି 7-5 , 7-5 ସେଟରେ ଷଷ୍ଠ ମାନ୍ୟତାପ୍ରାପ୍ତ ସ୍ଥାନୀୟ ଖେଳାଳି ଜେସିକା ପେଗୁଲାଙ୍କୁ ପରାସ୍ତ କରିଛନ୍ତି । ଏହି ବିଜୟ ସହ ସାବାଲେଙ୍କା ନ୍ୟୁୟର୍କରେ ପ୍ରଥମ ଟ୍ରଫି ଜିତିବାର ଗୌରବ ପାଇଛନ୍ତି । ଏଥିସହ ସେ ନିଜ ଗ୍ରାଣ୍ଡ ସ୍ଳାମ ବିଜୟ ସଂଖ୍ୟା 3ରେ ପହଞ୍ଚାଇଛନ୍ତି । ପୂର୍ବରୁ ସାବାଲେଙ୍କା ଅଷ୍ଟ୍ରେଲିଆ ଓପନ ଦୁଇ ଥର ଜିତିଛନ୍ତି । 2023 ଓ ଚଳିତ ବର୍ଷ ସେ ମେଲବର୍ଣରେ ବିଜୟନୀ ହୋଇଥିଲେ । 26 ବର୍ଷିୀୟା ସାବେଲେଙ୍କା ମଧ୍ୟ ଗୋଟିଏ ବର୍ଷରେ ହାର୍ଡ଼କୋର୍ଟରେ 2 ଟି ଟ୍ରଫି ଜିତିବାର ଆଞ୍ଜେଲିକ କର୍ବର ଙ୍କ ପରେ ପ୍ରଥମ ଖେଳାଳି ହୋଇଛନ୍ତି । ବିଜୟ ପରେ ଗତଥରର ଉପବିଜୟିନୀ ଏବଂ 2022 ଓ 2023 ର ସେମିଫାଇନାଲିଷ୍ଟ ସାବାଲେଙ୍କା କହିଛନ୍ତି ଯେ ଅନେକ ଥର ମୁଁ ୟୁଏସ ଓପନ ମୁକୁଟର ନିକଟବର୍ତିୀ ହୋଇଛି । ଏବେ ଏହାକୁ ହାସଲ କରିବାରେ ସଫଳ ହୋଇଛି । ମୋ ପାଇଁ ଗର୍ବିତ ।