2025 ରେ ହେବାକୁ ଥିବା ଯୁକ୍ତ 2 ପ୍ରାକ୍ଟିକାଲ ଓ ଥିଓରି ପରୀକ୍ଷା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ହେଉଥିବା ଏହି ପରୀକ୍ଷା ପାଇଁ ହାତରେ ଆଉ 4 ମାସ ବାକି ରହିଛି । ତା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଯେଉଁଠି ପରୀକ୍ଷା କେନ୍ଦ୍ର ହୋଇଥିଲା ସେଗୁଡ଼ିକରେ ଲାଗିଥିବା ସିସିଟିଭି କିଭଳି କାର୍ଯ୍ୟକ୍ରମ ହେଉଛି ତାହାର ରିପୋର୍ଟ ଦେବାକୁ ପରିଷଦ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷକୁ କୁହାଯାଇଛି ।
2025 ପରୀକ୍ଷାକୁ ସ୍ବଚ୍ଛ ଓ ସହଜ କରିବାକୁ ପରିଚାଳନା ହବ , କେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟ ପରୀକ୍ଷା ହଲ ସେଲ୍ଫ ଫାଇନାନ୍ସିଂ କଲେଜର ସମସ୍ତ ଲାବରେଟୋରିରେ ସିସିଟିଭି ବାଧ୍ୟତାମୂଳକ ହୋଇଛି । ପରିଷଦ ମୁଖ୍ୟାଳୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ , ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ପରୀକ୍ଷା ପରିଚାଳନା ତଦାରଖ କରାଯିବାକୁ ଥିବାରୁ ନଭେମ୍ବର 15 ସୁଦ୍ଧା ସିସିଟିଭି ଲଗାଇବେ । ଯେଉଁଠାରେ ସିସିଟିଭି ନ ଲାଗିଛି ତୁରନ୍ତ ଲଗାଇବା, ଯେଉଁଠି କାର୍ଯ୍ୟକ୍ଷମ ହେଉ ନାହିଁ ତାହାକୁ ମରାମତି କରିବା ପ୍ରଶ୍ନପତ୍ର ପହଞ୍ଚିବା କ୍ଷଣି ତାହାକୁ କ୍ୟାମେରା ନଜରରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ନୂଆ ପରୀକ୍ଷା କେନ୍ଦ୍ର କରିବାକୁ ଆବେଦନ କରିଛନ୍ତି ସେମାନେ ପରୀକ୍ଷା ହଲ ଓ କେନ୍ଦ୍ର ସୁପରିଟେଣ୍ଡେଣ୍ଟ ରୁମରେ ସିସିଟିଭି ଲଗାଇଥିବା ପରିଷଦକୁ ସୁନିଶ୍ଚିତ କରାଇବେ । 2024ରେ ପରିଚାଳନା ହବ ପରୀକ୍ଷା କେନ୍ଦ୍ର ସମେତ ନୂଆ କରି ପରୀକ୍ଷା କେନ୍ଦ୍ର ହେବାକୁ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ଡ଼ିଭିଆର/ ଏନଭିଆର , ଇନଷ୍ଟା କ୍ଲାଉଡ଼ଏ ଷ୍ଟାଟିକ ଆଇପି ଆଡ଼୍ରେସ , ଇନଷ୍ଟା କ୍ଲାଇଣ୍ଡ ସିରିଜ ନମ୍ବର , କ୍ୟାମେରା ଲାଗାଇବେ । ନଭେମ୍ବର 15 ସୁଦ୍ଧା କଲେଜ ନାମ, କଲେଜ କୋଡ଼, ଇଣ୍ଟରନେଟ ପ୍ରାଭାଇଡ଼ର ପ୍ରଭୃତି ସମ୍ପର୍କରେ ଜଣାଇବେ ।