ଟାଟାନଗର-ବ୍ରହ୍ମପୁର ଓ ଟାଟାନଗର-ପାଟନା ମାର୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଆଜି ଏହି ଦୁଇ ମାର୍ଗ ପାଇଁ ବନ୍ଦେଭାରତ ଏକ୍ସପ୍ରେସ ଟ୍ରେନ ଟାଟାନଗରରେ ପହଂଚିଛି । ଲୋକାର୍ପଣ ପୂର୍ବରୁ ଏହି ଦୁଇ ମାର୍ଗରେ ଟ୍ରାଏଲ ରନ୍ କରାଯିବ । ସେପ୍ଟେମ୍ବର ୮ତାରିଖରେ ଟାଟାନଗରରୁ ବ୍ରହ୍ମପୁର ମାର୍ଗରେ ବନ୍ଦେଭାରତ ଏକ୍ସପ୍ରେସ ଟ୍ରେନର ଟ୍ରାଏଲ ରନ୍ କରାଯିବାକୁ ନିଷ୍ପତ୍ତି ହୋଇଛି
ବ୍ରହ୍ମପୁର-ଟାଟାନଗର ମଧ୍ୟରେ ଏହି ଟ୍ରେନ ଚଳାଚଳ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟ୍ରେନ ଚଳାଚଳକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି । ଏହି ଟ୍ରେନ୍ ସହ ଓଡ଼ିଶାରେ ମୋଟ ୪ଟି ‘ବନ୍ଦେଭାରତ ଏକ୍ସପ୍ରେସ’ ଚଳାଚଳ କରିବ । ।