ଋଷ ଓ ୟୁକ୍ରେନ ମଧ୍ୟରେ ଅଢେଇ ବର୍ଷରୁ ଅଧିକ ସମୟ ଧରି ଚାଲିଥିବାବେଳେ ଦିନକୁ ଦିନ ଯୁଦ୍ଧ ଆହୁରି ଭୟଙ୍କର ହୋଇଚାଲିଛି । ଗତକାଲି ରାତିରେ ରୁଷ 67 ଟି ଭୟଙ୍କର ଓ ବିପଜ୍ଜନକ ଡ଼୍ରେନ ସହ ୟୁକ୍ରେନର ରାଜଧାନୀ କିବ ଉପରେ ଆକ୍ରମଣ କରିଥିଲା । ୟୁକ୍ରେନ ସେନା କହିଛି ଯେ ରୁଷ କିବ ଉପରେ ସାରା ରାତି ଡ଼୍ରାନ ଆକ୍ରମଣ କରିଥିଲା । ତେବେ ୟୁକ୍ରେନ ବାୟୁସେନା ସେମାନଙ୍କ ମଧ୍ୟରୁ 58 ଜଣଙ୍କୁ ଖସାଇ ଦେଇଥିବା ଦାବି କରିଛି । ରୁଷ ଆକ୍ରମରଣକୁ ଦୃଷ୍ଟିରେ ରଖି ୟୁକ୍ରେନର ଏୟାର ଡ଼ିଫେନ୍ସ ସିଷ୍ଟମକୁ 11 ଟି ଅଞ୍ଚଳରେ ସକ୍ରିୟ କରାଯାଇଛି । କିବ ର ସଂସଦ ଭବନରୁ ମଧ୍ୟ ଡ଼୍ରେନର ଭଗ୍ନାବଶେଷ ଉଦ୍ଧାର କରାଯାଇଛି ବୋଲି ସେନା ପକ୍ଷରୁ କୁହାଯାଇଛି । ରୁଷର ଡ଼୍ରାନ ଆକ୍ରମଣ ଏବଂ ଏହାର ଭଗ୍ନାବଶେଷର ଫଟୋ ସହିତ କ୍ଷୁକ୍ରେନ ଏହାର ଅଫିସିଆଲ ଟଲିଗ୍ରାମ ପେଜରେ ଏହି ସୂଚନା ପୋଷ୍ଟ କରିଛି । ପାଶ୍ଚାତ୍ୟ ଦେଶମାନଙ୍କଠାରୁ ଅଧିଗ୍ରହଣ କରାଯାଇଥିବା ଏୟାର ଡ଼ିଫେନ୍ସ ନେଟଓ୍ବାର୍କ ସିଷ୍ଟମ ଯୋଗୁଁ ରୁଷିଆର କ୍ଷେପଣାସ୍ତ୍ର ଏବଂ ଡ଼୍ରେନ କେନ୍ଦ୍ରୀୟ କିବରେ ପହଞ୍ଚିବା ଅତ୍ୟନ୍ତ କଷ୍ଟକର ହୋଇଥାଏ । କିନ୍ତୁ ଏଥର ରୁଷୀୟ ଡ଼୍ରେନଗୁଡ଼ିକ କିବରେ ଅନୁପ୍ରବେଶ କରିବାକୁ ସକ୍ଷମ ହୋଇଛନ୍ତି । ଏପରିକି କିବରେ ସବୁଠାରୁ ସୁରକ୍ଷିତ ଅଂଚଳ ଭାବେ ଗଣାହେଉଥିବା ରାଷ୍ଟ୍ରପତି ଭବନ ଓ ସଂସଦ ଭବନ ଅଂଚଳ ନିକଟକୁ ବି ଏସବୁ ଡ଼୍ରେନ ପହଞ୍ଚିବାକୁ ସକ୍ଷମ ହୋଇଛନ୍ତି । ଏସବୁ ଡ଼୍ରେନକୁ ୟୁକ୍ରେନର ଏୟାର ଡ଼ିଫେନ୍ସ ସିଷ୍ଟମ ଅକାମୀ କରିଦେଇଥିଲା । ତେବେ ଏହା ୟୁକ୍ରେନର ଚିନ୍ତା ବଢାଇଦେଇଛି ।