ହରିୟାଣା ବିଧାନସଭା ନିର୍ବାଚନ ମଧ୍ୟରେ କୁସ୍ତି ଯୋଦ୍ଧା ବିନେଶ ଫୋଗେତ ଏବଂ ବଜରଙ୍ଗ ପୁନିଆ ରାଜନୀତିରେ ପ୍ରବେଶ କରିଛନ୍ତି । ଶୁକ୍ରବାର ଦିଲ୍ଲୀସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଉଭୟ କଂଗ୍ରେସରେ ସାମିଲ ହୋଇଛନ୍ତି । ଏହା ପୂର୍ବରୁ ଦୁହେଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ତାଙ୍କ ବାସଭବନର ଭେଟିଥିଲେ । କଂଗ୍ରେସରେ ମିଶିବା ପରେ ବିନେଶ କହିଛନ୍ତି ଯେ ଆଶା ପୂରଣ କରିବାକୁ ଚେଷ୍ଟା ଜାରି ରହିବ । କଂଗ୍ରେସ ଆମ ଲୁହକୁ ବୁଝିଲା । ଖରାପ ସମୟରେ ଜଣାପଡ଼େ ଯେ ନିଜର କିଏ । ଦେଶର ଲୋକଙ୍କ ସେବା କରିବା ପାଇଁ ଏହା ଏକ ସୁଯୋଗ । ନୂଆ ଇନିଂସ ଆରମ୍ଭ ମୋ ପାଇଁ ଗର୍ବର ବିଷୟ ।ଅପରପକ୍ଷେ କଂଗ୍ରେସ ଏବଂ ଦେଶକୁ ମଜଭୁତ କରିବେ ବୋଲି କହିଛନ୍ତି ବଜରଙ୍ଗ ପୁନିଆ । ବିଜେପି ଆମ ସହ ଛିଡ଼ା ହେଲାନାହିଁ । କଂଗ୍ରେସକୁ ଆସିବା ପରେ ସମାଲୋଚନା କରାଯାଉଛି ବୋଲି କହିଛନ୍ତି ବଜରଙ୍ଗ ପୁନିଆ ।