ୟୁକ୍ରେନ ପ୍ରସଙ୍ଗରେ ଲକ୍ଷ୍ମଣ ରେଖା ଅତିକ୍ରମ ନ କରିବାକୁ ରୁଷ ବୈଦେଶିକ ମନ୍ତ୍ରୀ ସେର୍ଗେଇ ଲାଭରୋଭ ଆମେରିକାକୁ ଚେତାବନୀ ଦେଇଛନ୍ତି । ରୁଷିଆର ସରକାରୀ ନ୍ୟୁଜ ଏଜନ୍ସି ଟାସ ପକ୍ଷରୁ ଜାରି କରାଯାଇଥିବା ଖବରରେ ଏହି ସୂଚନା ଦିଆଯାଇଛି । ରିପୋର୍ଟରେ କୁହାଯାଇଛି ଯେ ଆମେରିକାର ରୁଷିଆ ପ୍ରତି ପାରସ୍ପରିକ ସଂଯମତା ହରାଇବା ଆରମ୍ଭ କରିଛି । ବୁଧବାର ଏକ ସାକ୍ଷାତକାରରେ ଲାଭରୋଭ କହିଛନ୍ତି ଯେ ୟୁକ୍ରେନ ଅସ୍ତ୍ରଶସ୍ତ୍ର ଯୋଗାଣ କରି ଆମେରିକା ଲକ୍ଷ୍ମଣ ରେଖା ଅତିକ୍ରମ କରିଛି ।
ୟୁକ୍ରେନ ପ୍ରସଙ୍ଗରେ ଲକ୍ଷ୍ମଣ ରେଖା ଅତିକ୍ରମ ନ କରିବାକୁ ରୁଷ ବୈଦେଶିକ ମନ୍ତ୍ରୀ ସେର୍ଗେଇ ଲାଭରୋଭ ଆମେରିକାକୁ ଚେତାବନୀ ଦେଇଛନ୍ତି । ବୁଧବାର ଏକ ସାକ୍ଷାତକାରରେ ଲାଭରୋଭ କହିଛନ୍ତି ଯେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣ କରି ଆମେରିକା ଲକ୍ଷ୍ମଣ ରେଖା ଅତିକ୍ରମ କରିଛି ।
ରିପୋର୍ଟରେ ଲାଭରୋଭ କହିଛନ୍ତି ଯେ ଆମେରିକା ବୁଝିବା ଦରକାର ଯେ ଆମ ଲକ୍ଷ୍ମଣ ରେଖା କେଉଁଠାରେ ରହିଛି । ଲାଭରୋଭ କହିଛନ୍ତି ଯେ ଆମେରିକା ରୁଷିଆ ପ୍ରତି ପାରସ୍ବରିକ ସଂଯମ ଭାବନା ହରାଇବା ଆରମ୍ଭ କରିଛି । ସେ ଏହାକୁ ବିପଜ୍ଜନ ବୋଲି କହିଛନ୍ତି । ଅନ୍ୟପକ୍ଷରେ ରୁଷ ରାଷ୍ଟ୍ରପତି ଭ୍ଲାମିଦିର ପୁଟିନ ଗୁରୁବାର କହିଥିଲେ ଯେ ତାଙ୍କ ଦେଶ ୟୁକ୍ରେନ ସହ ଯୁଦ୍ଧ ପ୍ରସଙ୍ଗରେ 3 ଟି ଦେଶ ଭାରତ ଚୀନ ଓ ବ୍ରାଜିଲ ସହ ଯୋଗାଯୋଗରେ ରହିଛି ଏବଂ ଏହାର ସମାଧାନ ପାଇଁ ଆନ୍ତରିକ ପ୍ରୟାସ ଜାରି ରଖିଛି । ପୁଟିନ କହିଥିଲେ ଆମେ ବନ୍ଧୁ ଓ ସହଯୋଗୀଙ୍କୁ ସମ୍ମାନ ଦେଉଛୁ । ଆମେ ମୁଖ୍ୟତଃ ଚୀନ ବ୍ରାଜିଲ ଓ ଭାରତ ଏହି ସଂଘର୍ଷ ସହ ଜଡ଼ିତ ସମସ୍ତ ସମସ୍ୟାର ସଚ୍ଚୋଟତାର ସହ ସମାଧାନ କରିବାକୁ ଚାହୁଁଛନ୍ତି । ଏହି ପ୍ରସଙ୍ଗରେ ମୁଁ ମୋର ସହକର୍ମୀମାନଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛି ।