ଜମ୍ମୁକଶ୍ମୀର ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିଜେପିର ଇସ୍ତାହାର ପ୍ରକାଶ କରିଛନ୍ତି । ଏହି ସମୟରେ ସେ ନ୍ୟାସନାଲ କନ୍ଫରେନ୍ସର ଇସ୍ତାହାର ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ଶାହା କହିଛନ୍ତି ଯେ ଧାରା 370 ସମ୍ବନ୍ଧରେ ଏନସିର ଏଜେଣ୍ଡାକୁ କଂଗ୍ରେସ ସମର୍ଥନ କରିଛି । କିନ୍ତୁ ଧାରା 370 ବର୍ତମାନ ଇତିହାସରେ ପରିଣତ ହୋଇଛି । ଏହା ଆଉ ଫରିପାରିବ ନାହିଁ । ଶାହା କହିଛନ୍ତି ଧାରା 370 ଏମିତି ଥିଲା ଏକ ଲିଙ୍କ ଥିଲା ଯାହା ଯୁବକମାନଙ୍କୁ ବିକାଶ ପରିବର୍ତେ ଆତଙ୍କବାଦ ଆଡ଼କୁ ଠେଲି ଦେଉଥିଲା
ଜାମ୍ମୁ କାଶ୍ମୀରରେ ଶିକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା । ଏହା ସଂରକ୍ଷଣ ପାଇଁ ଆବଶ୍ୟକ ଥିଲା । ମୁଁ ଓମାର ଅବଦୁଲ୍ଲାଙ୍କୁ କହିବାକୁ ଚାହେିଁ ଯେ ଆମେ ଆପଣଙ୍କୁ ଗୁଜର ବକରଓ୍ବାଲଙ୍କ ସଂରକ୍ଷଣକୁ ଛୁଇଁବାକୁ ଦେବୁ ନାହିଁ । ବୋମା ବିସ୍ଫୋରଣ ଏବଂ ମେସିନ ବନ୍ଧୁକର ଶଦ୍ଦ କାଶ୍ମୀରରେ ଶୁଣାଯାଉଥିଲା । ଯାହା ବର୍ତମାନ ଇତିହାସ ହୋଇଯାଇଛି । ଇସ୍ତାହାର ପ୍ରକାଶ କରି ଶାହା କହିଛନ୍ତି ଯେ ବିଜେପି ସରକାରକୁ ଆସିଲେ ଆତଙ୍କବାଦ ଏବଂ ବିଚ୍ଚିନ୍ନତାବାଦକୁ ଆମେ ସମ୍ପୂର୍ଣ୍ଣ ରୂପେ ହଟାଇ ଜାମ୍ମୁ କାଶ୍ମୀରକୁ ଦେଶର ବିକାଶ ତଥା ପ୍ରଗତିର ଅଗ୍ରଣୀ କରିବୁ ।
ମା ସମ୍ମାନ ଯୋଜନା ଅଧୀନରେ ପ୍ରତ୍ୟେକ ପରିବାରର ବରିଷ୍ଠ ମହିଳାଙ୍କୁ ପ୍ରତିବର୍ଷ 18000 ଟଙ୍କା ଦିଆଯିବ । ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ବ୍ୟାଙ୍କ ଋଣ ଉପରେ ସୁଧ ପ୍ରସଙ୍ଗରେ ସହାୟତା ଦିଆଯିବ । ଉଜ୍ବଳା ହିତାଧାକାରୀଙ୍କୁ ପ୍ରତିବର୍ଷ 2 ଟି ମାଗଣା ଏଲପିଜି ସିଲିଣ୍ଡର ଦିଆଯିବ । ପ୍ରଗତି ଶିକ୍ଷା ଯୋଜନା ଅଧୀନରେ କଲେଜ ଛାତ୍ରଙ୍କୁ ପରିବହନ ଭତ୍ତା ଭାବରେ ବାର୍ଷିକ 3 ହଜାର ଟଙ୍କା ଦିଆଯିବ ।
ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ସ୍ବାଧୀନତା ସମୟରୁ ଜମୁକଶ୍ମୀରର ଅଂଚଳ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସ୍ବାଧୀନତା ପରଠାରୁ ଏହାକୁ ଭାରତ ସହ ଯୋଡ଼ିା ପାଇଁ ଆାମେ ଅନେକ ଉଦ୍ୟମ କରିଛୁ । ଜମ୍ମୁକଶ୍ମୀର ଭାରତର ଏକ ଅବିଚ୍ଛେଦ ଅଙ୍ଗ ରହିଛି ଏବଂ ରହିବ ।