ରାଜ୍ୟସଭାରୁ ଇସ୍ତଫା ଦେଲେ ସୁଜିତ କୁମାର । ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଲେ । ମମତା ମହାନ୍ତଙ୍କ ପରେ ଦ୍ୱିତୀୟ ସାଂସଦ ଭାବେ ଇସ୍ତଫା ଦେଇଛନ୍ତି ସୁଜିତ । ସେପଟେ ବିଜେଡି ଦଳରୁ ସୁଜିତ କୁମାରଙ୍କୁ ବହିସ୍କୃତ କରାଯାଇଛି । ଦଳ ବିରୋଧୀ କାମ ପାଇଁ ଦଳରୁ ବହିସ୍କୃତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସୁଜିତ ବିଜେଡି ଛାଡ଼ିବା ପରେ ସେ ବିଜେପିରେ ମିଶିଛନ୍ତି । ସୁଜିତ ବିଜେଡିର ଜଣେ ଟାଣୁଆ ନେତା ଥିଲେ।୨୦୨୬ରେ ସୁଜିତ କୁମାରଙ୍କ କାର୍ଯ୍ୟକାଳ ସରିଥାନ୍ତା। କାର୍ଯ୍ୟକାଳ ସରିବାର ୨ ବର୍ଷ ପୂର୍ବରୁ ସୁଜିତ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି।
ଗତମାସରେ ବିଜେଡିରୁ ଇସ୍ତଫା ଦେଇଥିଲେ ମମତା ମହନ୍ତ । ପରେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିଲେ ବିଜେପି ପ୍ରାର୍ଥୀ ଭାବେ ମମତା ମହାନ୍ତ। ଗତ ମାସ ୨୧ ତାରିଖ ଦିନ ମମତା ମହାନ୍ତ ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ବିଜେଡିରେ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ଦଳ ଛାଡିଥିଲେ ଟାଣୁଆ ନେତ୍ରୀ ମମତା। ଏହାପରେ ବିଜେପିରେ ସାମିଲ ହେବା ସହ ରାଜ୍ୟସଭା ପ୍ରାର୍ଥୀ ହୋଇଥିଲେ।