ଆରଜି କର ମେଡିକାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଇଡି ଆରମ୍ଭ କରିଛି ଖୋଳତାଡ଼ । ଅର୍ଥ ହେରଫେର ମାମଲାରେ ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ବିରୁଦ୍ଧରେ ଅଭିଯୋଗ ଆସିଥିଲା। ପଶ୍ଚିମବଙ୍ଗର ତିନୋଟି ସ୍ଥାନରେ ଚଢାଉ କରାଯାଇଛି। ଏହି ଚଢାଉ ମଧ୍ୟରେ ଆରଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ଡ. ସନ୍ଦୀପ ଘୋଷଙ୍କ ଜଣେ ସମ୍ପର୍କୀୟ ରହିଛନ୍ତି । ଡ. ଘୋଷ ଫେବୃଆରୀ 2021ରୁ ସେପ୍ଟେମ୍ବର 2023 ପର୍ଯ୍ୟନ୍ତ ଆର.ଜି କର ମେଡିକାଲ କଲେଜର ପ୍ରିନ୍ସିପାଲ ଭାବରେ କାର୍ଯ୍ୟ କରିଥିଲେ। ଏହି ସମୟ ମଧ୍ୟରେ ଅନେକ ଆର୍ଥିକ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା । ଯାହାର ତଦନ୍ତ ଇଡି କରୁଛି । ଅଗଷ୍ଟ 9ରେ 31 ବର୍ଷୀୟ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ସେ ପ୍ରିନ୍ସିପାଲ ପଦରୁ ଇସ୍ତଫା ଦେଇଥିଲେ। ଆର୍ଥିକ ଘୋଟଲା, ଅସାଧୁ ଆଚରଣ, ଠକେଇ ଅଭିଯୋଗରେ ସେପ୍ଟେମ୍ବର 2ରେ ସିବିଆଇ ତାଙ୍କୁ ଗିରଫ କରିଛି।