ଚଳିତ ବର୍ଷରୁ ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଲାଗୁ ହେବ । ଏସସି/ଏସଟି ଛାତ୍ରଛାତ୍ରୀଙ୍କୁ ବାର୍ଷିକ 5 ହଜାର ଟଙ୍କା ମିଳିବ । କ୍ୟାବିନେଟ ନିଷ୍ପତ୍ତି ନେଇ ଗୃହରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୁଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଚଳିତ ବର୍ଷ 156 କୋଟି ଖର୍ଚ୍ଚ ହେବ । ଏଥିରେ 3 ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବ । ନବମ , ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ବାର୍ଷିକ 5 ହଜାର ଟଙ୍କା ମିଳିବ । ଆଦିବାସୀ ପିଲାଙ୍କ ଡ଼୍ରପ ଆଉଟକୁ ନେଇ ଚିନ୍ତିତ ମୋହନ ସରକାର ଏକ ଯୋଜନା ଆଣିଛନ୍ତି । ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାରେ ଆଦିବାସୀ ପିଲାଙ୍କୁ ରାଶି ମିଳିବ । ଚଳିତ ବଜେଟରେ ଏହାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହି ଯୋଜନା ଅଧୀନରେ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଯାଇଥିବା ଜନଜାତି ଛାତ୍ରଛାତ୍ରୀଙ୍କୁ ବାର୍ଷିକ 5 ହଜାର ଟଙ୍କା ମିଳିବ । ତେବେ ଏହା କେବେଠୁ ମିଳିବ ସେନେଇ କୌଣସି ସୂଚନା ପ୍ରକାଶ ପାଇନାହିଁ ।
ଶିକ୍ଷାକ୍ଷେତ୍ର ପାଇଁ ଚଳିତ ବର୍ଷ ବଜେଟରେ 35 ହଜାର 563 କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସେହିପରି ପ୍ରାଥମିକ ସ୍ତରରେ ଶିକ୍ଷା ପ୍ରଦାନ ପାଇଁ ନୂଆ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ସରକାର ଆରମ୍ଭ କରିଛନ୍ତି । ବଜେଟରେ ଏଥିପାଇଁ 50 କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସେହିପରି ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ପାଇଁ ୭୦୧ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି।