ଦୀର୍ଘ ଦିନ ଧରି ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଆସୁଛି । ସମସ୍ତ ଚେଷ୍ଟା ସତ୍ତ୍ବେ ଏହା ବନ୍ଦ ହୋଇନାହିଁ । ବରଂ ଦିନକୁ ଦିନ ଯୁଦ୍ଧ ଯୋଗୁଁ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଉଭୟ ପାର୍ଶ୍ବରୁ ହୋଇଥିବା ଆକ୍ରମଣରେ ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି । ଏହି ସମୟ ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରନ ସହିତ ଶାନ୍ତି ଆଲୋଚନା ବିଷୟରେ ବାବଦରେ କହିଛନ୍ତି । ଗୁରୁବାର ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ୟୁକ୍ରେନ ଉପରେ ଶାନ୍ତି ଆଲୋଚନାରେ ଚୀନ ଭାରତ ଏବଂ ବ୍ରାଜିଲ ମଧ୍ୟସ୍ଥି ଭୂମିକା ଗ୍ରହଣ କରିପାରିବେ । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୂଚନା ଦେଇଛନ୍ତି ଯେ ଯୁଦ୍ଧର ପ୍ରଥମ ସପ୍ତାହରେ ମଧ୍ୟ ରୁଷ ଏବଂ ୟୁକ୍ରେନ ବୁଝାମଣାକାରୀଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଥିଲା ।
ପୁଟି କହିଛନ୍ତି ରୁଷ ଏବଂ ୟୁକ୍ରେନ ବୁଣାମଣାକାରୀଙ୍କ ମଧ୍ୟରେ ଇସ୍ତାନବୁଲରେ ଏକ ପ୍ରାଥମିକ ଚୁକ୍ତି ହୋଇଥିଲା ଯାହା କେବେ କାର୍ଯ୍ୟକାରୀ ହୋଇନାହିଁ । ଏହି ପ୍ରାଥମିକ ଚୁକ୍ତି ଏକ ଆଧାର ଭାବରେ କାର୍ଯ୍ୟ କରିପାରିବ । ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ସହ ଆଲୋଚନା ଆରମ୍ଭ କରିବାକୁ ଇଚ୍ଛା ପ୍ରକାଶ କରିଥିବାବେଳେ ସେ ୟୁକ୍ରେନକୁ ମଧ୍ୟ ଟାର୍ଗେଟ କରିଛନ୍ତି ।
ପୁଟିନ କହିଛନ୍ତି ପଶ୍ଚିମ ରୁଷର କୁର୍ସ୍କରେ ୟୁକ୍ରେନ ସେନାର ଆକ୍ରମଣର ଉଦ୍ଦେଶ୍ୟ ଥିଲା ଡ଼ୋନାବାସରେ ରୁଷର ଅଗ୍ରଗତିକୁ ମନ୍ଥର କରିବା କିନ୍ତୁ ସେମାନେ ସଫଳ ହୋଇପାରିନଥିଲେ । ୟୁକ୍ରେନ ସଫଳ ହୋଇପାରିଲା ନାହିଁ । କାରଣ ଏହି ପଦକ୍ଷେପ ଯୋଗୁଁ ଏହା ଅନ୍ୟାନ୍ୟ ସୈନ୍ୟବାହିନୀକୁ ଦୁର୍ବଳ କରିଦେଇଥିଲା । ଫେବୃଆାରୀ 2022 ରୁ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧ ହେତୁ ଉଭୟ ଜୀବନ ଏବଂ ସମ୍ପତ୍ତିର ବହୁ କ୍ଷତି ସହିଛନ୍ତି । ନିକଟରେ ରୁଷ ୟୁକ୍ରେନ ଉପରେ ଦୁଇଟି କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା । ଯେଉଁଥିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡ଼ିମିର ଜେଲେନସ୍କି ମଧ୍ୟ ଏହି ଆକ୍ରମଣକୁ ନିଶ୍ଚିତ କରିଥିଲେ ।