ଭାରତୀୟ କ୍ରିକେଟ ଦଳର ଭେଟେରାନ ଅଲରାଣ୍ଡର ରବିନ୍ଦ୍ର ଜାଡ଼େଜା ରାଜନୀତିରେ ପ୍ରବେଶ କରିଛନ୍ତି । ସେ ଭାରତୀୟ ଜନତା ପାର୍ଟିର ସଦସ୍ୟ ହୋଇଛନ୍ତି । ଜାଡ଼େଜାଙ୍କ ପତ୍ନୀ ରିବାବା ଜାଡ଼େଜା ଗୁଜୁରାଟର ଜାମନଗରରୁ ଜଣେ ବିଜେପି ବିଧାୟକ ଅଛନ୍ତି । ରିବାବା ନିକଟରେ ଜାଡ଼େଜାଙ୍କ ବିଷୟରେ ସୋସିଆଲ ମିଡ଼ିଆ ମାଧ୍ୟମରେ ସୂଚନା ସେୟାର କରିଥିଲେ । ସେ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ ରବିନ୍ଦ୍ର ଜାଡ଼େଜା ସଦସ୍ୟତା ଗ୍ରହଣ କରିଛନ୍ତି । ନିକଟରେ ଜାଡ଼େଜା ଟି 20 ବିଶ୍ବକପ 2024 ପରେ ଏହି ଫର୍ମାଟରୁ ଅବସର ଘୋଷଣା କରିଥିଲେ । ରବିନ୍ଦ୍ର ଜାଡ଼େଜା ପତ୍ନୀ ରିବାବାଙ୍କ ସହ ଅନେକ ଥର ପ୍ରଚାର କରିଛନ୍ତି । ନିର୍ବାଚନ ସମୟରେ ସେ ତାଙ୍କ ପତ୍ନୀ ରିବାବାଙ୍କ ବିଜେପି ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା । ସେ ଅନେକ ରୋଡ଼ ସୋ ମଧ୍ୟ କରିଥିଲେ । ଜାଡ଼େଜାଙ୍କ ପତ୍ନୀ ରିବାବା ଜାମନଗର ଉତ୍ତରରୁ ବିଧାୟକ ଅଛନ୍ତି । ଏହି ରବିନ୍ଦ୍ର ଜାଡ଼େଜା ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି ।ଉଲ୍ଲେଖ ଥାଉ କି ଟି 20 – ବିଶ୍ବକପ 2024 ପରେ ରିବାବା ଏବଂ ରବିନ୍ଦ୍ର ଜାଡ଼େଜା ଟିମ ଇଣ୍ଡିଆ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ । ତାଙ୍କର ଆନ୍ତର୍ଜାତୀୟ ରେକର୍ଡ଼ ଭଲ ରହିଛି । ଜାଡ଼େଜା – ଟି 20 – ବିଶ୍ପକପ 2024 ପରେ ଟି – 20 ଆନ୍ତର୍ଜାତୀୟ ଫର୍ମାଟରୁ ଅବସର ଘୋଷଣା କରିଥିଲେ । ଜାଡ଼େଜା ପାଇଁ 74 ଟି ଟି-20 ମ୍ୟାଚ ଖେଳିଛନ୍ତି ।
ଏହି ଅବଧି ମଧ୍ୟରେ 515 ରନ ସ୍କୋର କରିଥିବାବେଳେ 54 ଟି ଓ୍ବିକେଟ ମଧ୍ୟ ନେଇଛନ୍ତି । ଜାଡ଼େଜା ତଥାପି ଭାରତ ପାଇଁ ଦିନିକିଆ ଏବଂ ଟେଷ୍ଟ ଖେଳିବ । ତାଙ୍କ ସହ ରୋହିତ ଶର୍ମା ଏବଂ ବିରାଟ କୋହଲି ମଧ୍ୟ ଟି – 20 ଫର୍ମାଟରୁ ଅବସର ଘୋଷଣା କରିଥିଲେ ।