ହରିଆନାରେ ବିଜେପିକୁ ହରାଇବାକୁ ଚାହୁଁଛି କଂଗ୍ରେସ । ଏଥିପାଇଁ ଯେକୈାଣସି ଲଢ଼େଇରେ ଅଂଶୀଦାର ବିଧାନସଭା ପାଇଁ ସରଗରମ ହୋଇଛି ନିର୍ବାଚନୀ ମାହୋଲ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆପ ସହ କଥା ଆରମ୍ଭ କରିଛନ୍ତି । ବିଜେପିକୁ ହରାଇବା ପାଇଁ ସବୁ ବିରୋଧୀ ଏକ ହୋଇ ଲଢ଼ିବାକୁ ଚାଲିଛି ବୈଠକ । ଆଲୋଚନା ପରେ ବଡ଼ ଘୋଷଣା କରିଛନ୍ତି ଏଥର ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ଆମ ଆଦମୀ ପାର୍ଟି (ଆପ) ସହ ମେଣ୍ଟ କରି ଲଢ଼ିବ। ଏଥିଲାଗି ଦଳ ହରିୟାଣାର କିଛି ଆସନ ଆପ ପାଇଁ ଛାଡ଼ିଦେବ। ହରିୟାଣା ରାଜ୍ୟ କଂଗ୍ରେସର ଅନେକ ନେତା ଏହା ସପକ୍ଷରେ ନାହାନ୍ତି। ତେବେ ଏନେଇ ଉଭୟ ଦଳର ଶୀର୍ଷ ନେତୃତ୍ୱ ଆଲୋଚନା କରୁଛନ୍ତି। ଏବଂ ଯଦି ଅନୁମାନ ସତ ହୁଏ ତେବେ ବିଜେପିକୁ ହରାଇବା ପାଇଁ ଇଣ୍ଡି ମେଂଟ ଲଢ଼ିବ ।
ଆସନ୍ତା ବିଧାନସଭା ନିର୍ବାଚନରେ ଦଳ ସରକାର କରିବାକୁ ଲକ୍ଷ୍ୟ ରଖିଛି । ଆପ ସହ ମିଶି ନିର୍ବାଚନ ଲଢ଼ିବା ଦଳ ପାଇଁ ଲାଭଦାୟକ ହେବ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । କିଛି ମାସ ପୂର୍ବେ କଂଗ୍ରେସ ଲୋକସଭା ନିର୍ବାଚନରେ ଅଧିକ ଆସନ ପାଇଛି । କିନ୍ତୁ ଆପ ସହ କଂଗ୍ରେସ ମିଶି ପୁଣି ଅଧିକ ଆସନ ପାଇବାକୁ ଚାହୁଁଛି । ହରିୟାଣାରେ ଲୋକସଭା ନିର୍ବାଚନରେ କଂଗ୍ରେସକୁ ୧୦ରୁ ୫ଟି ଆସନ ମିଳିଥିଲାବେଳେ ଆମ ଆଦମୀ ପାର୍ଟି ଖାତା ଖୋଲି ପାରିନଥିଲା।ତେବେ ବିଜେପି ଭୋଟ ଭାଙ୍ଗିବା ପାଇଁ କଂଗ୍ରେସ ଆପକୁ ସାଥି କରିବାକୁ ଚାହୁଁଛି । କେଜରିଓ୍ବାଲଙ୍କ ଘର ହରିୟାନା ହୋଇଥିବାରୁ ଭୋଟ ବ୍ୟାଙ୍କର ଲାଭ ପାଇବା ଆଶା ରଖିଛି କଂଗ୍ରେସ ।