ବଲିଉଡରେ ପ୍ରେମକୁ ନେଇ ବିଭ୍ରାନ୍ତି କରି କାହାଣୀ ଦେଖାଇବାର ଏକ ଧାରା ଚାଲିଆସିଛି | ବିଷୟ ଯେତେ ଗମ୍ଭୀର ହେଉନା କାହିଁକି, ବଲିଉଡର ଲୋକମାନେ ଏକ ପ୍ରେମ କାହାଣୀ ଖୋଜନ୍ତି ଏବଂ ତା’ପରେ ସେହି କାହାଣୀ ଚାରିପାଖରେ ଫିଲ୍ମ ଶେଷ କରନ୍ତି | କାନ୍ଦାହାର ବିମାନ ହାଇଜାକ କାହାଣୀରେ ମଧ୍ୟ ସେପରି କରାଯାଇଛି । ଆତଙ୍କବାଦୀଙ୍କ ନାମ ମୁସଲିମ ଥିବାବେଳେ ଏଥିରେ ଭୋଳା, ଶଙ୍କର ରଖାଯାଇଛି । ଆତଙ୍କବାଦୀମାନେ ଯାତ୍ରୀଙ୍କୁ ଭୟଭୀତ କରି ଜଣେ ଯାତ୍ରୀଙ୍କୁ ହତ୍ୟା କରିଥିଲେ ମଧ୍ୟ ତାହା ଦର୍ଶାଯାଇନାହିଁ ।
ଏବେ, ନେଟଫ୍ଲିକ୍ସରେ ଏକ ସିରିଜ୍ ଆସିଥିଲା – ‘ଆଇସି 814 – କାନ୍ଦାହାର ହାଇଜାକ’ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନୁଭା ସିହ୍ନା ଏଥିରେ ଏକ ପ୍ରେମ କାହାଣୀ ରଖିଥିଲେ କିନ୍ତୁ ନିର୍ଦ୍ଦେଶକମାନେ ଏହି ପ୍ରେମ କାହାଣୀକୁ ଏହି ସିରିଜରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ବିବେଚନା କରିନଥିଲେ | କାହାଣୀ ଯାହା ଅଛି ଆତଙ୍କବାଦୀମାନେ ଏଠି ମହିମା ମଣ୍ଡନ କରାଯାଇଛି । ପରିଚୟକୁ ଘୋଡାଯାଇଛି ।
ଚଳଚ୍ଚିତ୍ରରେ ଯେଉଁଠା ଅତି ଭୟଙ୍କର ତାହା ଦେଖାଯାଇନାହିଁ । ଯେଉଁ କାହାଣୀଟି ଫିଲ୍ମର ନିର୍ଦ୍ଦେଶକମାନେ ଦେଖାଇବାକୁ ଏଡ଼ାଇଛନ୍ତି ତାହା ହେଉଛି ସତ୍ୟ ଉପରେ ଆଧାରିତ ଏବଂ ମୁସଲିମ ଆତଙ୍କବାଦୀଙ୍କ ମୁଖା ଖୋଲିବା ଭଳି । ତାହା ହେଉଛି ରୁପିନ କାଟୟାଲ ଏବଂ ରାଖନା କାଟିଆଲଙ୍କ ପ୍ରେମ କାହାଣୀ |
ଅପହରଣ ସମୟରେ ଆତଙ୍କବାଦୀମାନେ ଗଳା କାଟି ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। 174 ଜଣ ଯାତ୍ରୀଙ୍କ ମଧ୍ୟରୁ ସେ ଥିଲେ ଜଣେ । ଅପହରଣ ସମୟରେ ରୁପିନ ଏବଂ ରାଖନା ହନିମୁନ୍ରେ ଯାଉଥିଲେ। ସେମାନେ ମାତ୍ର 22 ଦିନ ପୂର୍ବରୁ ବିବାହ କରିଥିଲେ | ଉଭୟଙ୍କ ଭବିଷ୍ୟତ ଜୀବନ ପାଇଁ ଅନେକ ସ୍ୱପ୍ନ ନିଶ୍ଚୟ ଥିଲା, କିନ୍ତୁ ସେହି ଆତଙ୍କବାଦୀମାନେ ରାଖନା-ରୁପିନଙ୍କ ସମସ୍ତ ସ୍ୱପ୍ନକୁ ଭାଙ୍ଗି ଦେଇଥିଲେ। ଅପହରଣ ପରେ ପ୍ରଥମେ ରୁପିନଙ୍କୁ ନିଆଯାଇଥିଲା ଏବଂ ପରେ ତାଙ୍କୁ ହତ୍ୟା କରିଥିଲେ । ରାଖନା, ନିରାଶ ଅବସ୍ଥାରେ ତାଙ୍କ ସ୍ୱାମୀଙ୍କୁ ଭେଟିବା ପାଇଁ ବାରମ୍ବାର ନିବେଦନ କରି ଆସୁଥିଲେ, କିନ୍ତୁ ଆତଙ୍କବାଦୀ, ଯିଏକି IC814 ରେ ଥିଲେ ସେମାନେ ତାଙ୍କୁ ଦେଖାଇନଥିଲେ ଶବ କି ହତ୍ୟା କଥା କହିନଥିଲେ । ଶେଷରେ ସେ ଏକାକି ଜୀବନ ବିତାଉଛନ୍ତି । ତାଙ୍କ ସ୍ବାମୀ ତାଙ୍କ ପାଖରେ ନାହାଁନ୍ତି । ତାଙ୍କ କଥା ଏଥିରେ ଦେଖାଯାଇନାହିଁ । ବରଂ ଏହା ଏକ କମେଡି ଭଳି ଦର୍ଶାଯାଇଛି । ଆତଙ୍କୀମାନଙ୍କୁ ଭୋଳା ଶଙ୍କର ଭଳି ନାମ ଦିଆଯାଇଛି । ଯାହା କି ହିନ୍ଦୁ ନାମ । ଏହାକୁ ନେଇ ବିରୋଧ ହେବା ପରେ ଏବେ କିଛି ପରିବର୍ତନ ଆସିଛି ।