ବ୍ରାଜିଲରେ ଏଲନ ମସ୍କଙ୍କ ସମସ୍ୟା ବୃଦ୍ଧି ପାଇଛି । ବାସ୍ତବରେ ଏକ୍ସ ସବୁଦିନ ପାଇଁ ବନ୍ଦ ହୋଇଯାଇଛି । ବ୍ରାଜିଲରେ ଏକ୍ସକୁ ସୁପ୍ରିମକୋର୍ଟ ନିଷେଧ କରିଛନ୍ତି । କେବଳ ଏତିକି ନୁହେିଁ ଏକ୍ସକୁ ଡ଼ାଉନଲୋଡ଼ କରିବା ଉପରେ ଜରିମାନା ଆଦାୟ କରାଯିବ ବୋଲି ବର୍ତମାନ ଘୋଷଣା କରାଯାଇଛି । ଏଥି ସହିତ ଯଦି କେହି ଭିପିଏନ ସାହାର୍ଯ୍ୟରେ ଏହି ଆପ ବ୍ୟବହାର କରନ୍ତି ତେବେ ତାଙ୍କୁ ମଧ୍ୟ ଭାରି ଜରିମାନା ଦେବାକୁ ପଡ଼ିବ ।
ମିଥ୍ୟା ଖବର ମାମଲାରେ ଏକ୍ସ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହାର ଅର୍ଥ ହେଉଛି ଯେ କୋର୍ଟ ବିଶ୍ବାସ କରନ୍ତି ଯେ ଏକ୍ସ ପ୍ଲାଟଫର୍ମରେ ଅନେକ ମିଥ୍ୟ ଖବର ଅଛି ଯାହା ବ୍ୟବହାରକାରୀଙ୍କୁ ବହୁତ ଅସୁବିଧାରେ ପକାଇଥାଏ । ଏହି ଭିଡ଼ିଓଗୁଡ଼ିକ କୌଣସି ଯାଞ୍ଚ ବିନା ଭାଇରାଲ ହେଉଥିଲା । ଏହାକୁ ଦୃଷ୍ଟିରେ ରଖି ବ୍ରାଜିଲର ସର୍ବାଚ୍ଚ ନ୍ୟାୟାଳୟ ଏହି କଠୋର ନିଷ୍ପତ୍ତି ନେଇଛନ୍ତି ଏବଂ ଦେଶର ଏକ୍ସ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ବ୍ରାଜିଲର ଜଷ୍ଟିସ ଡ଼ି ମୋରିୟସ ତାଙ୍କ ନିଷ୍ବତ୍ତିରେ କହିଛନ୍ତି । ଏହି ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।