ମୁମ୍ବାଇର ବାନ୍ଦ୍ରାସ୍ଥିତ ସଲମାନ ଖାନଙ୍କ ଘରେ ଗୁଳି ଚଳାଇଥିବା ଅଭିଯୁକ୍ତମାନେ ଏବେ ଡ଼ି କମ୍ପାନୀକୁ ଡ଼ରୁଛନ୍ତି । ଅନ୍ୟମାମଲାରେ ଜେଲରେ ଥିବା ଦାଉଦ ଗ୍ୟାଙ୍ଗର ସଦସ୍ୟମାନେ ସେମାନଙ୍କୁ ହତ୍ୟା କରିବାକୁ ଯୋଜନା କରୁଛନ୍ତି ବୋଲି ଅଭିଯୁକ୍ତମାନେ ଦାବି କରିଛନ୍ତି । ସେମାନେ କହିଛନ୍ତି ଯେ ସଲମାନ ଖାନଙ୍କ ଘରେ ଗୁଳି ଚଳାଇବା ଯୋଗୁଁ ଜେଲ ଭିତରେ ଥିବା ଦାଉଦ ଗ୍ୟାଙ୍ଗର ସଦସ୍ୟମାନେ ରାଗିଯାଇଛନ୍ତି । ଏହି କାରଣରୁ ସେମାନଙ୍କ ଜୀବନ ପ୍ରତି ବିଦପ ସୃଷ୍ଟି ହୋଇଛି ।
ସୂଚନା ଅନୂଯାୟୀ ସଲମାନ ଖାନଙ୍କ ଘରେ ଗୁଳି ଚଳାଇବା ଅଭିଯୋଗରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍କର ସଦସ୍ୟ ଭିକି ଗୁପ୍ତା ଓ ସାଗର ପାଲଙ୍କୁ ଗିରଫ କରାଯାଇଥିଲା । ଉଭୟ ଅଭିଯୁକ୍ତ ଏବେ ଜେଲରେ ଅଛନ୍ତି ।କିଛି ଦିନ ତଳେ ଭିକି ଗୁପ୍ତାଙ୍କ ଭାଇ ସାହେବ ଶାହା ଗୁପ୍ତା ତାଙ୍କୁ ଜେଲରେ ଭେଟିବାକୁ ଯାଇଥିଲେ ଜେଲ ଭିତରେ ଏକ ବୈଠକ ରେ ଭିକି ତାଙ୍କୁ ଏହି କଥା କହିଥିଲେ । ଜେଲ ଭିତରେ ତାଙ୍କୁ ହତ୍ୟା କରିବାକୁ ଯୋଜନା କରାଯାଉଛି ଏବଂ ତାଙ୍କ ଜୀବନ ପ୍ରତି ବିଦପ ରହିଛି ବୋଲି ସେ ତାଙ୍କ ଭାଇଙ୍କୁ କହିଥିଲେ ।
ଅଭିଯୁକ୍ତ ଭିକିଙ୍କ ଭାଇ ସାହେବ ଶାହା ଗୁପ୍ତା ମହାରାଷ୍ଟ୍ର ଡ଼ିଜିପି ,ଗୃହମନ୍ତ୍ରଣାଳୟ ଜେଲ ଅଧୀକ୍ଷକ ଏବଂ ବିହାର ସରକାରଙ୍କୁ ଏକ ଚିଠି ଲେଖି ସମଗ୍ର ବିଷୟରେ ଅଭିଯୋଗ କରିଛନ୍ତି । ଏହି ମାମଲାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି । ଚିଠିରେ ଲେଖାଯାଇଛି ଯେ ଦାଉଦ ଇବ୍ରାହିମ ଗ୍ୟାଙ୍ଗ ସହ ଜଡ଼ିତ ସଦସ୍ୟମାନେ ମଧ୍ୟ ସେହି ଜେଲରେ ଅଛନ୍ତି । ସେମାନେ ସାଗର ପାଲ ଏବଂ ଭିକି ଗୁପ୍ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ।