ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢଉ ବେଳେ କେତେ ମିଳିଲା ସଂପତ୍ତି । ଜାଣିଲେ ଆପଣ ହେବେ ତାଜୁବ । କୋଟି କୋଟି ଟଙ୍କାର ସଂପତ୍ତି ମିଳିଥିବା କହିଛି ଭିଜିଲାନସ । ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘର ବ୍ୟତୀତ ୮ଟି ସ୍ଥାନରେ ଏକକାଳୀନ ଚଢଉ ବେଳେ ଯାହା ମଳିଛି ତାହା ତଥ୍ୟ ଜାରି କରିଛି ଭିଜିଲାନସ । ଭୁବନେଶ୍ବର, କେନ୍ଦୁଝର, ତେଲକୋଇ ଓ ତାଳଚେରର ୪ଟି ସ୍ଥାନରେ ଚଢଉ କରୁଛି ଭିଜିଲାନ୍ସ ଟିମ୍। ତାଙ୍କର କେନ୍ଦୁଝରରେ ୧୫ଟି ଦୋକାନ ଘର ଅଛି । ଭୁବନେଶ୍ବରରେ ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କର ଗୋଟିଏ ଫ୍ଲାଟ୍ ଅଛି । ତେଲକୋଇରେ ଗୋଟିଏ ଦୁଇ ମହଲା ଘର ଅଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଳଚେର ଖଣି ଉପ ନିର୍ଦ୍ଦେଶକଙ୍କ ଘରେ ସଂପତ୍ତିର ତାଲିକା କରୁଛି ଭିଜିଲାନ୍ସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଧରଣୀଧରଙ୍କ ତାଳଚେର ଅଫିସ, ସରକାରୀ ବାସଭବନ, ତେଲକୋଇ ଥାନା ଛାମୁଣ୍ଡା ଗାଁରେ ଥିବା ପୈତୃକ ଘର, ଭୁବନେଶ୍ୱର ପଟିଆରେ ଚଢ଼ାଉ ହେଉଛି । ଖଣି ଉପନିର୍ଦ୍ଦେଶକ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ଚଢ଼ାଉ କରିଥିଲା। ଧରଣୀଧର ବାଲିଆ ମାଫିଆ ଓ ପଥର ମାଫିଆଙ୍କୁ ଅନୁକମ୍ପା ଦେଖାଇ ତାଙ୍କ ନିକଟରୁ ମୋଟା ଅଙ୍କର ଟଙ୍କା ନେଉଥିବା ତାଙ୍କ ନାଁରେ ଅଭିଯୋଗ ହୋଇଥିଲା। ଏଡି ଚଢ଼ାଉରେ ୧୦ ଜଣ ଭିଜିଲାନ୍ସ ଡିଏସପି, ୧୬ ଇନସପେକ୍ଟର, ୭ଜଣ ଏଏସଆଇ ରେଡରେ ସାମିଲ ହୋଇଛନ୍ତି ।