ରେଭେନ୍ସା ନାଁ ବଦଳିବା ଦରକାର ବୋଲି ସ୍ବାୟତ୍ତ ଶାସନ ଦିବସ ପାଳନ ଉତ୍ସବରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସେ କହିଛନ୍ତି ରେଭେନ୍ସା ବିଶ୍ବବଦ୍ୟାଳୟ ନାମ ପରିବର୍ତନର ଆବଶ୍ୟକତା ରହିଛି । ଯେଉଁ ରେଭେନ୍ସାଙ୍କ ନାଁରେ ଏହା ହୋଇଛି ତାଙ୍କର ଭୁମିକା କଣ ଥିଲେ । ନଅଙ୍କ ଦୁର୍ଭିକ୍ଷ ବେଳେ ସେହି ରେଭେନ୍ସା ବ୍ୟକ୍ତି ଜଣକ କଣ କରୁଥିଲେ । ଯେଉଁ ବ୍ୟକ୍ତି ଓଡ଼ିଆଙ୍କୁ କଷ୍ଟ ଦେଇଥିଲେ ତାହା କଣ ଗୌରବ ବିଷୟ କି ବୋଲି ସେ ପ୍ରଶ୍ନ କରିଛନ୍ତି । ନାଁ ବଦଳିବା ମୋର ବ୍ୟକ୍ତିଗତ ମତ ଏହା ଉପରେ ବିତର୍କ ଆବଶ୍ୟକ । ଓଡ଼ିଶାର ବୃଦ୍ଧିଜିବୀମାନେ ଏହା ଉପରେ ଚିନ୍ତା କରିବା ଉଚିତ ବୋଲି କେନ୍ଦ୍ରମନ୍ତ୍ରୀ ଆଜି କହିଛନ୍ତି ।
ଅନ୍ୟ ପକ୍ଷରେ ରେଭେନ୍ସା ନାଁ ବଦଳିବା କହିଥିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ କଡ଼ା ଭାଷାରେ ବିରୋଧ କରିଛନ୍ତି । ତିନି ପୂର୍ବତନ ପ୍ରଫେସର ଏବଂ ଛାତ୍ରୀ ଏହାକୁ ଅବାସ୍ତବ କହି ସମାଲୋଚନା କରିଛନ୍ତି ହେମେନ୍ଦ୍ର ନାରାୟଣ ଦାସ ।ରେଭେନ୍ସା କେବଳ ନାମ ନୁହେଁ ଇଟ ଇଜ ଓ୍ବେ ଅଫ ଲାଇଫ ବୋଲି ସେ କହିଛନ୍ତି ।
ଏହା ସହ ଶହେ ବର୍ଷର ଇତିହାସ ଯୋଡ଼ି ହୋଇରହିଛି । ହୀନମନ୍ୟତା କହି ସମାଲେଚନା କରିଛନ୍ତି ସତ୍ୟକାମ ମିଶ୍ର । ସେ କହିଛନ୍ତି ଯେଉଁମାନେ ରେଭେନ୍ସା ସାହେବକୁ ଜାଣି ନାହାନ୍ତି ଏପରି କହିବେ । ଓଡ଼ିଆ ଭାଷାରେ ପ୍ରଚାର ପ୍ରସାର ପ୍ରତି ତାଙ୍କର ଅବଦାନ ଅତୁଳନୀୟ । ଓଡ଼ିଆ ଅସ୍ମିତା ନାଁରେ ତାଙ୍କୁ ଅପମାନିତ କରାଯିବ ଅନୁଚିତ ବୋଲି ସେ କହିଛନ୍ତି ।
ସେହିପରି କମଳା ପ୍ରସାଦ ମହାପାତ୍ର କହିଛନ୍ତି ରେଭେନ୍ସା କଲେଜ ନିର୍ମାଣ କରିବାରେ ରେଭେନ୍ସାଙ୍କ ଅବଦାନ ଅତୁଳନୀୟ । ଓଡ଼ିଶା ଶିକ୍ଷାକ୍ଷେତ୍ରରେ ଟି.ଇ ରେଭେନ୍ସାଙ୍କ ଅବଦାନର ପଟାନ୍ତର ନାହିଁ । ସରକାର କୌଣସି ପରିସ୍ଥିତିରେ ଏମିତି ନ କରି ଏଥିରୁ ନିବୃତ ରୁହନ୍ତୁ ବୋଲି ସେ କ୍ଷୋଭ ପ୍ରକାଶ କରି କହିଛନ୍ତି ।