ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ବିଜେଡିର ନିଜସ୍ବ ପ୍ରଚାର ପାଇଁ ଶହ ଶହ କୋଟି ଟଙ୍କା ଖର୍ଚ ହୋଇଛି । ବିଶେଷ କରି ପାଣ୍ଡିଆନ ନିଜର ପ୍ରଚାର ପ୍ରସାର କରିବା ପାଇଁ ମଧ୍ୟ କୋଟି କୋଟି ଟଙ୍କା ଖର୍ଚ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ବିଜେଡି ସରକାର ସମୟରେ ପାଣ୍ଡିଆନଙ୍କ ଫଟୋଚିତ୍ର ଥାଇ ବିଭିନ୍ନ କାର୍ଯ୍ୟକ୍ରମ ନିମନ୍ତେ ୨୦୨୪ ଜାନୁୟାରୀରୁ ଏପ୍ରିଲ ମାସ ଅବଧିରେ ମୋଟ ୧୫.୨୬କୋଟି ଟଙ୍କାର ‘ଆଡଭୋଟେରିଆଲ’ ଦିଆଯାଇଥିଲା । ତେବେ ନୂଆ ସରକାର ଆସିବା ପରେ ୧୧.୧୧କୋଟି ଟଙ୍କାର ଆଡଭୋଟୋରିଆଲକୁ ଦିଆଯାଇଛି । ଜୁନ୍ ୩୦ତାରିଖ ପରେ ଏହି ଅର୍ଥ ମଂଜୁର ହୋଇଛି । ମଞ୍ଜୁର କରାଯାଇଛି । ବିଜେଡି ସରକାର ଅମଳରେ ୨୦୨୪ ଜାନୁୟାରୀ ୧୭ରେ ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ ପାଇଁ ଦିଆଯାଇଥିବା ୯.୨୨କୋଟି ଟଙ୍କାର ‘ଆଡଭୋଟୋରିଆଲ’କୁ ଗତ ଜୁନ୍ ୩୦ତାରିଖରେ ବିଭାଗ ମଞ୍ଜୁରୀ ଦେଇଛି । ସେହିପରି ୨୦୨୪ ଜାନୁୟାରୀ ମାସରେ ମା’ ସମଲେଇ ପ୍ରକଳ୍ପ ପାଇଁ ଦିଆଯାଇଥିବା ୧.୫୭କୋଟି ଟଙ୍କାର ଆଡଭୋଟୋରିଆଲକୁ ଚଳିତ ଅଗଷ୍ଟ ୧୭ତାରିଖରେ ମଞ୍ଜୁରୀ ମିଳିଛି । ୨୦୨୪ ଫେବୃୟାରୀ ମାସରେ ‘ପ୍ରଥମ ବିଶ୍ୱ ଭାଷା ସାହତ୍ୟ ସମ୍ମିଳନୀ’ ପାଇଁ ଦିଆଯାଇଥିବା ୨୨.୧୧ଲକ୍ଷ ଟଙ୍କାର ‘ଆଡଭୋଟୋରିଆଲ’କୁ ଚଳିତମାସ ୨୩ତାରିଖରେ ମଞ୍ଜୁରୀ ଦିଆଯାଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୧.୧୬କୋଟି ଟଙ୍କାର ଆଡଭୋଟୋରିଆଲକୁ ଏବେବି ମଞ୍ଜୁରୀ ମିଳିନଥିବା ଜଣାପଡ଼ିଛିି । ଅବଶ୍ୟ ଫେବୃୟାରୀ ମାସରେ ଘୋଷଣା ହୋଇଥିବା ‘ନୂଆ ଓ ସ୍କଲାରସିପ୍ ସ୍ମାର୍ଟ କାର୍ଡ ଯୋଜନା’ ପାଇଁ ୧.୨୨କୋଟି ଟଙ୍କାର ଆଡଭୋଟୋରିଆଲକୁ ବିଭାଗ ବିଜେଡି ସରକାର ସମୟରେ ଏପ୍ରିଲ ୧୯ତାରିଖରେ ଅନୁମୋଦନ କରିଥିବା ଦର୍ଶାଇଛି ।
ବିଜେଡି ସରକାର ଅମଳରେ ୨୦୧୯ରୁ ୨୦୨୪ ଏପ୍ରିଲ ମାସ ମଧ୍ୟରେ ମୋଟ ୪୫୨.୯୬କୋଟି ଟଙ୍କା ପ୍ରଚାର ପ୍ରସାର ପାଇଁ ଦିଆଯାଇଛି । ଏହା ମଧ୍ୟରେ ବିଭିନ୍ନ ସମ୍ବାଦପତ୍ରକୁ ୪୩୨.୯୨କୋଟି ଟଙ୍କା,ବିଭିନ୍ନ ଟିଭି ଚ୍ୟାନେଲକୁ ୧୯.୭୭କୋଟି ଟଙ୍କା ଓ ବିଭିନ୍ନ ୱେବମିଡିଆକୁ ୨୭.୦୨ଲକ୍ଷ ଟଙ୍କାର ବିଜ୍ଞାପନ ଦିଆଯାଇଥିଲା । ପାଣ୍ଡିଆନ ନିଜର ପ୍ରଚାର ପାଇଁ ରାଜ୍ୟ ରାଜକୋଷରୁ ୧୫କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଯାହାକୁ ନେଇ ବେଶି ଚର୍ଚା ହେଉଛି । ବିଜେଡି ସରକାର ନିଜସ୍ବ ପ୍ରଚାର ପାଇଁ ଶହ ଶହ ଟଙ୍କା ଖର୍ଚ୍ଚ କରିଛି । ସାଧାରଣ ଲୋକଙ୍କ ଟ୍ୟାକ୍ସ ଟଙ୍କାକୁ ଏପରି ଖର୍ଚ କରିବାକୁ ନେଇ ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି ।