ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ବିଆରଏସ୍ ନେତ୍ରୀ କେ କବିତାଙ୍କୁ ଜାମିନ ମିଳିବା ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ନ୍ୟାୟପାଳିକା ଉପରେ ଦେଇଥିବା ମନ୍ତବ୍ୟକୁ ସୁପ୍ରିମକୋର୍ଟ ତୀବ୍ର ନାପସନ୍ଦ କରିଛନ୍ତି ।
ସୂଚନାଯୋଗ୍ୟ ରେବନ୍ତ ରେଡ୍ଡୀ କବିତାଙ୍କୁ ସୁପ୍ରିମ କୋର୍ଟରୁ ଜାମିନ ମିଳିବା ନେଇ ପ୍ରଶ୍ନ ଉଠାଇ କହିଥିଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଜାମିନ ମିଳିବା ପାଇଁ 15 ମାସ ସମୟ ଲାଗିଥିଲା ଏବଂ ଏପରିକି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ ଜାମିନ ପାଇଁ ଅପେକ୍ଷା କରିଛନ୍ତି । ତଥାପି କବିତା ମାତ୍ର 5 ମାସ ମଧ୍ୟରେ ଜାମିନ ପାଇବାରେ କିଭଳି ସକ୍ଷମ ହେଲେ । ସର୍ବୋଚ୍ଚ ଅଦାଲତ ଜାମିନ ଦେବା ପଛରେ ବିଜେପିର ଯୋଜନାବଦ୍ଧ ରଣନୀତି ଅଛି ବୋଲି ମଧ୍ୟ କହିବାକୁ ରେଡ୍ଡୀ ପଛାଇନଥିଲେ । ଜଷ୍ଟିସ ବିଆର ଗବାଇ ଜଷ୍ଟିସ କେଭି ବିଶ୍ବନାଥନ ଓ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ରେଡ୍ଡୀଙ୍କ ମନ୍ତବ୍ୟକୁ ନେଇ ତୀବ୍ର ଆପତ୍ତି ଉଠାଇଛନ୍ତି । ଜଣେ ମୁଖ୍ୟମନ୍ତ୍ରୀ ଏଭଳି ବୟାନ କେମିତି ଦେଇପାରିବ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ଜଷ୍ଟିସ ଗବାଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିନିଧିତ୍ବ କରୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ଏବଂ ସିଦ୍ଧାର୍ଥ ଲୁଥ୍ରାଙ୍କୁ ତାଙ୍କ ମନ୍ତବ୍ୟ ବାବଦରେ ସ୍ପଷ୍ଟୀକରଣ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
2015 କ୍ୟାସ ଫର ଭୋଟ ଦୁର୍ନୀତି ମାମଲାର ଶୁଣାଣି ତେଲେଙ୍ଗାନାରୁ ଭୋପାଳ ସ୍ଥାନାନ୍ତର ପାଇଁ ହୋଇଥିବା ଆବୋଦନର ଶୁଣାଣି ବୋଳେ ସର୍ବୋଚ୍ଚ ନ୍ୟାୟାଳୟ ଏହି ମନ୍ତବ୍ୟ ଦେଇଛନ୍ତି ।