ଆଜିକାଲି ସୋସିଆଲ ମିଡିଆର ଜମାନା । ନୂଆ ନୂଆ କ୍ରିଏଟିଭ୍ ଏଥିରେ ଦେଖାଇବାକୁ ଭରପୁର ସୁଯୋଗ ରହିଛି । ତେବେ ୟୁପି ସରକାର ଏକ ନୂଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଯେଉଁମାନେ ସରକାରଙ୍କ ଯୋଜନାକୁ ପ୍ରଚାର ପ୍ରଚାର କରିବେ ସେମାନଙ୍କୁ ୟୁପି ସରକାର ଟଙ୍କା ଦେବେ । ଫେସବୁକ, ଏକ୍ସ , ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ ସମେତ ବିଭିନ୍ନ ପ୍ଲାଟଫର୍ମରେ ବିଷୟବସ୍ତକୁ ନିମନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଉତ୍ତରପ୍ରଦେଶ କ୍ୟାବିନେଟ ନୂତନ ସେସିଆାଲ ମିଡ଼ିଆ ନୀତିକୁ ଅନୁମୋଦନ ଦେଇଛି । ଏହି ନୀତିରେ ଆପତ୍ତିଜନକ ସୋସିଆଲ ମିଡ଼ିଆ ବିଷୟବସ୍ତୁର ନିମନ୍ତ୍ରଣ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି ଏବଂ ବ୍ୟତିକ୍ରମ କ୍ଷେତ୍ରରେ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ବାଧ୍ୟତାମୂଳକ କରାଯାଇଛି । ତା ସହ ସରକାରୀ ଯୋଜନାର ପ୍ରସାରଣ କରି ଜଣେ ସୋସିଆାଲ ମିଡ଼ିଆ ଇନଫ୍ଳୂଏନ୍ସର ମାସକୁ 8 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବ ବୋଲି ଏଥିରେ କୁହାଯାଇଛି ।
ତେବେ ଯେଉଁମାନେ ଦେଶ ବିରୋଧୀ କଥା କହିବେ ସେମାନଙ୍କୁ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି । ନୂଆ ନୀତି ଅନୁଯାୟୀ ଦେଶବିରୋଧୀ ବିଷୟବସ୍ତୁ ପୋଷ୍ଟ କରିବା ଏକ ଗମ୍ଭୀର ଅପରାଧ ଯେଉଁଥି ପାଇଁ 3 ବର୍ଷରୁ ଆରମ୍ଭ କରି ଆଜୀବନ କାରାଦଣ୍ଡ ପର୍ଯ୍ୟନ୍ତ ଦଣ୍ଡ ଭୋଗିବାକୁ ପଡ଼ିବା ପୂର୍ବରୁ ସୂଚନାପ୍ରଯୁକ୍ତି ଆଇନର ଧାରା 66 ଇ ଓ 66 ଏଫ ଅନୁଯାୟୀ ଗୋପନୀୟତା ଉଲ୍ଲଂଘନ ଓ ସାଇବର ଆତଙ୍କବାଦ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲା । ଅଶ୍ଳୀଳ କିମ୍ବା ଅପମାନଜନକ ବିଷୟବସ୍ତୁ ପ୍ରସାରଣ କଲେ ଦଣ୍ଡ ମିଳିବ । ଅପରାଧିକ ମାନହାନି ମାମଲା ରୁଜୁ ହୋଇପାରିବ ।
ନୂଆ ନୀତି ଅନୁଯାୟୀ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ସରକାରୀ ଯୋଜନା ପଦେକ୍ଷେପ , ପ୍ରକଳ୍ପ ଓ ଉପଲବ୍ଧି ଭିତ୍ତିକ ବିଷୟବସ୍ତୁ ବାଣ୍ଟିବାକୁ ପ୍ରୋତ୍ସାହିତ କରାଯିବା ସରକାରଙ୍କ ଯୋଜନା ଓ ପଦକ୍ଷେପକୁ ନିଜ ପ୍ଲାଟଫର୍ମରେ ସେୟାର କରି ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର ମାନେ ମାସକୁ 8 ଳକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବ । ଏହି ନୀତି ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ମଧ୍ୟ ପ୍ରଦାନ କରିବ ।