Friday, May 9, 2025
No Result
View All Result
Odisha 365

Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
Odisha 365
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
No Result
View All Result
Odisha 365
No Result
View All Result

Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
  • ଜୀବନଶ yle ଳୀ
Home ବିଜ୍ଞାନ ଏବଂ ବ tech ଷୟିକ ଜ୍ଞାନ |

ପିଏମଜେଡିୱାଇ :  ୫୩.୧୪ କୋଟିରୁ ଅଧିକ ହିତାଧିକାରୀଙ୍କୁ ବ୍ୟାଙ୍କ ଖାତା ସୁବିଧା ପ୍ରଦାନ କରାଯାଇଛି

Ramesh Parida by Ramesh Parida
Aug 28, 2024, 06:43 pm GMT+0530
FacebookTwitterWhatsAppTelegram

୨୮ ଅଗଷ୍ଟ ୨୦୧୪ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା (ପିଏମଜେଡିୱାଇ)ର ସଫଳ ରୂପାୟନର ଆଜି ଏକ ଦଶନ୍ଧି ପୂରଣ ହୋଇଛି । ପିଏମଜେଡିୱାଇ ବିଶ୍ୱର ସର୍ବବୃହତ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପଦକ୍ଷେପ ହୋଇଥିବାରୁ ଅର୍ଥ ମନ୍ତ୍ରଣାଳୟ ଏହାର ଆର୍ଥିକ ଅନ୍ତର୍ଭୁକ୍ତୀକରଣ ହସ୍ତକ୍ଷେପ ମାଧ୍ୟମରେ ଅବହେଳିତ ଏବଂ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗଙ୍କୁ ସହାୟତା ପ୍ରଦାନ କରିବାକୁ ନିରନ୍ତର ପ୍ରୟାସ କରୁଛି ।

ଏହି ଅବସରରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏକ ବାର୍ତ୍ତାରେ କହିଛନ୍ତି, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ସଶକ୍ତୀକରଣ ହାସଲ ପାଇଁ ଆନୁଷ୍ଠାନିକ ବ୍ୟାଙ୍କିଙ୍ଗ୍ ସେବାର ସାର୍ବଜନୀନ ଏବଂ ସୁଲଭ ଉପଲବ୍ଧତା ଜରୁରୀ। ଏହା ଗରିବମାନଙ୍କୁ ଅର୍ଥନୈତିକ ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ଅବହେଳିତ ସମ୍ପ୍ରଦାୟର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି ଯେ ବ୍ୟାଙ୍କ ଆକାଉଣ୍ଟ, କ୍ଷୁଦ୍ର ସଞ୍ଚୟ ଯୋଜନା, ବୀମା ଓ ଋଣ ସମେତ ସାର୍ବଜନୀନ, ସୁଲଭ ଓ ଆନୁଷ୍ଠାନିକ ଆର୍ଥିକ ସେବା ପ୍ରଦାନ କରି ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଗତ ଦଶନ୍ଧି ମଧ୍ୟରେ ଦେଶର ବ୍ୟାଙ୍କିଙ୍ଗ୍‌ ଏବଂ ଆର୍ଥିକ ଦୃଶ୍ୟରେ ପରିବର୍ତ୍ତନ ଆଣିଛି।

ଜନଧନ ଆକାଉଣ୍ଟ ଖୋଲିବା ମାଧ୍ୟମରେ ୫୩ କୋଟି ଲୋକଙ୍କୁ ଆନୁଷ୍ଠାନିକ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାକୁ ଅଣାଯାଇଥିବାରୁ ଏହି ପଦକ୍ଷେପର ସଫଳତା ପ୍ରତିଫଳିତ ହେଉଛି। ଏସବୁ ବ୍ୟାଙ୍କ ଆକାଉଣ୍ଟରେ ୨.୩ ଲକ୍ଷ କୋଟି ଟଙ୍କାର ଜମା ରାଶି ମିଳିଛି ଏବଂ ୩୬ କୋଟିରୁ ଅଧିକ ମାଗଣା ରୁପେ କାର୍ଡ ଜାରି ହୋଇଛି, ଯେଉଁଥିରେ ୨ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ସୁବିଧା ମଧ୍ୟ ରହିଛି । ଉଲ୍ଲେଖଯୋଗ୍ୟ, ଏଥିରେ ଖାତା ଖୋଲିବା ଶୁଳ୍କ କିମ୍ବା ରକ୍ଷଣାବେକ୍ଷଣ ଶୁଳ୍କ ନାହିଁ ଏବଂ ସର୍ବନିମ୍ନ ବାଲାନ୍ସ ରଖିବାର ଆବଶ୍ୟକତା ନାହିଁ ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି।

ଗତ ୧୦ ବର୍ଷ ମଧ୍ୟରେ ପିଏମଜେଡିୱାଇର ସଫଳ ରୂପାୟନ ଅନେକ ମାଇଲଖୁଣ୍ଟ ହାସଲ କରିଛି । ପିଏମଜେଡିୱାଇର ପ୍ରମୁଖ ଦିଗ ଏବଂ ଉପଲବ୍ଧି ନିମ୍ନରେ ଉପସ୍ଥାପିତ ହୋଇଛି । ପିଏମଜେଡିୱାଇ ଏକାଉଣ୍ଟ ସଂଖ୍ୟା : ୫୩.୧୩ କୋଟି (୧୪ ଅଗଷ୍ଟ ୨୦୨୪ ସୁଦ୍ଧା)

୧୪ ଅଗଷ୍ଟ ୨୪ ସୁଦ୍ଧା ମୋଟ ପିଏମଜେଡିୱାଇ ଆକାଉଣ୍ଟ ସଂଖ୍ୟା: ୫୩.୧୩ କୋଟି; ୫୫.୬% (୨୯.୫୬ କୋଟି) ଜନଧନ ଖାତାଧାରୀ ମହିଳା ଏବଂ ୬୬.୬% (୩୫.୩୭ କୋଟି) ଜନଧନ ଖାତା ଗ୍ରାମୀଣ ଏବଂ ଅର୍ଦ୍ଧ-ସହରାଞ୍ଚଳରେ ଅଛି। ପିଏମଜେଡିୱାଇ ଆକାଉଣ୍ଟ ଅଧୀନରେ ଜମା – ୨.୩୧ ଲକ୍ଷ କୋଟି (୧୪ ଅଗଷ୍ଟ ୨୦୨୪ସୁଦ୍ଧା) ପିଏମଜେଡିୱାଇ ଆକାଉଣ୍ଟ ଅଧୀନରେ ମୋଟ ୨,୩୧,୨୩୬ କୋଟି ଟଙ୍କା ଜମା ରହିଛି । ଅଗଷ୍ଟ ୨୦୧୫ରୁ ଅଗଷ୍ଟ ୨୦୨୪ ମଧ୍ୟରେ ଏକାଉଣ୍ଟ ସଂଖ୍ୟା ୩.୬ ଗୁଣ ବୃଦ୍ଧି ପାଇଥିବା ବେଳେ ଜମାରାଶି ପରିମାଣ ୧୫ ଗୁଣ ବଢ଼ିଛି ।

 

କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି, ଏହା ଖୁସିର ବିଷୟ ଯେ ଗ୍ରାମାଞ୍ଚଳ କିମ୍ବା ଅର୍ଦ୍ଧ ସହରାଞ୍ଚଳରେ ୬୭% ଆକାଉଣ୍ଟ ଖୋଲାଯାଇଛି ଏବଂ ୫୫% ଖାତା ମହିଳାମାନେ ଖୋଲିଛନ୍ତି। ଜନଧନ-ମୋବାଇଲ-ଆଧାର ସଂଯୋଗ ମାଧ୍ୟମରେ ସୃଷ୍ଟି ହୋଇଥିବା ସହମତି ଭିତ୍ତିକ ପାଇପଲାଇନ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଇକୋସିଷ୍ଟମର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ପାଲଟିଛି । ଏହା ଦ୍ୱାରା ଯୋଗ୍ୟ ହିତାଧିକାରୀଙ୍କ ନିକଟକୁ ସରକାରୀ କଲ୍ୟାଣକାରୀ ଯୋଜନାଗୁଡ଼ିକର ଦ୍ରୁତ, ନିରବଚ୍ଛିନ୍ନ ଏବଂ ସ୍ୱଚ୍ଛ ହସ୍ତାନ୍ତର ସମ୍ଭବ ହୋଇଛି ଏବଂ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରାଯାଇଛି ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି।

ଏହି ଅବସରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପଙ୍କଜ ଚୌଧୁରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ପିଏମଜେଡିୱାଇ କେବଳ ଏକ ଯୋଜନା ନୁହେଁ, ବରଂ ଏକ ପରିବର୍ତ୍ତନକାରୀ ଆନ୍ଦୋଳନ ଯାହା ଅନେକ ବ୍ୟାଙ୍କ ବିହୀନ ଜନସଂଖ୍ୟାର ଆର୍ଥିକ ସ୍ୱାଧୀନତାକୁ ସକ୍ଷମ କରିଛି ଏବଂ ଆର୍ଥିକ ନିରାପତ୍ତା ଭାବନା ସୃଷ୍ଟି କରିଛି ।

୨୦୨୧ ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ପ୍ରତ୍ୟେକ ପରିବାରର ଏକ ବ୍ୟାଙ୍କ ଆକାଉଣ୍ଟ ରହିବା ଉଚିତ ଏବଂ ପ୍ରତ୍ୟେକ ପ୍ରାପ୍ତ ବୟସ୍କଙ୍କ ବୀମା ଏବଂ ପେନସନ କଭରେଜ ରହିବା ଉଚିତ । ସମଗ୍ର ଦେଶରେ ଚାଲିଥିବା ବିଭିନ୍ନ ସଚେତନତା ଅଭିଯାନ ମାଧ୍ୟମରେ ଏ ଦିଗରେ ନିରନ୍ତର ପ୍ରୟାସ ଦ୍ୱାରା ଆମେ ବ୍ୟାଙ୍କ ଆକାଉଣ୍ଟରେ ପାଖାପାଖି ପରିପୂର୍ଣ୍ଣତା ଲକ୍ଷ୍ୟ ହାସଲ କରିଛୁ ଏବଂ ସମଗ୍ର ଦେଶରେ ବୀମା ଏବଂ ପେନସନ କଭରେଜରେ କ୍ରମାଗତ ବୃଦ୍ଧି ଘଟିଛି ବୋଲି ଶ୍ରୀ ଚୌଧୁରୀ କହିଛନ୍ତି।

 

‘‘ସମସ୍ତ ଅଂଶୀଦାର, ବ୍ୟାଙ୍କ, ବୀମା କମ୍ପାନୀ ଏବଂ ରାଜ୍ୟ ସରକାରଙ୍କ ସହଯୋଗରେ ଆମେ ଏକ ଅଧିକ ଆର୍ଥିକ ଅନ୍ତର୍ଭୁକ୍ତ ସମାଜ ଆଡକୁ ଅଗ୍ରସର ହେଉଛୁ ଏବଂ ପିଏମଜେଡିୱାଇ ଦେଶରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପାଇଁ ଏକ ଗେମ୍ ଚେଞ୍ଜର ଭାବରେ ସର୍ବଦା ସ୍ମରଣୀୟ ରହିବ । ପ୍ରଧାନମନ୍ତ୍ରୀ ଜନଧନ ଯୋଜନା କେବଳ ମିଶନ ମୋଡରେ ଶାସନର ଏକ ଗୁରୁତ୍ୱପୂର୍ଣ୍ଣ ଉଦାହରଣ ଭାବରେ କାର୍ଯ୍ୟ କରେ ନାହିଁ ବରଂ ଲୋକଙ୍କ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ ହେଲେ ସରକାର କ’ଣ ହାସଲ କରିପାରିବେ ତାହା ମଧ୍ୟ ଦର୍ଶାଏ’’ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି।

ପିଏମଜେଡିୱାଇ ବ୍ୟାଙ୍କ ସେବାରୁ ବଞ୍ଚିତ ପ୍ରତ୍ୟେକ ପ୍ରାପ୍ତ ବୟସ୍କଙ୍କ ପାଇଁ ଗୋଟିଏ ମୌଳିକ ବ୍ୟାଙ୍କ ଆକାଉଣ୍ଟ ପ୍ରଦାନ କରେ । ଏହି ଆକାଉଣ୍ଟ ପାଇଁ କୌଣସି ବାଲାନ୍ସ ରଖିବାର ଆବଶ୍ୟକତା ନାହିଁ ଏବଂ ଏହି ଆକାଉଣ୍ଟ ଉପରେ କୌଣସି ଶୁଳ୍କ ମଧ୍ୟ ଆଦାୟ କରାଯାଏ ନାହିଁ । ଏହି ଆକାଉଣ୍ଟରେ ଡିଜିଟାଲ କାରବାରକୁ ପ୍ରୋତ୍ସାହନ ଦେବା ପାଇଁ ୨ ଲକ୍ଷ ଟଙ୍କାର ଇନ୍ ବିଲ୍ଟ ଦୁର୍ଘଟଣା ବୀମା କଭର ସହ ମାଗଣାରୁପେ ଡେବିଟ୍ କାର୍ଡ ମଧ୍ୟ ପ୍ରଦାନ କରାଯାଇଛି। ପିଏମଜେଡିୱାଇ ଆକାଉଣ୍ଟଧାରୀମାନେ ଜରୁରୀକାଳୀନ ପରିସ୍ଥିତିକୁ ଭରଣା କରିବା ପାଇଁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ପାଇବାକୁ ଯୋଗ୍ୟ ଅଟନ୍ତି ।

ଗତ ଦଶନ୍ଧି ମଧ୍ୟରେ ପିଏମଜେଡିୱାଇ ନେତୃତ୍ୱାଧୀନ ହସ୍ତକ୍ଷେପଗୁଡିକର ଯାତ୍ରା କାର୍ଯ୍ୟକାରୀ ହୋଇଛି, ଯାହା ଉଭୟ ପରିବର୍ତନଶୀଳ ଏବଂ ଦିଗଦର୍ଶକ ପରିବର୍ତ୍ତନ ଆଣିଛି ଯାହା ଦ୍ୱାରା ବ୍ୟାଙ୍କ ଏବଂ ଆର୍ଥିକ ଅନୁଷ୍ଠାନ ଇକୋସିଷ୍ଟମ ସମାଜର ଶେଷ ବ୍ୟକ୍ତି – ଗରିବରୁ ଗରିବ ଲୋକଙ୍କୁ ଆର୍ଥିକ ସେବା ପ୍ରଦାନ କରିବାରେ ସକ୍ଷମ ହୋଇଛି ।

ପିଏମଜେଡିୱାଇ ଆକାଉଣ୍ଟଗୁଡିକ କେବଳ ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର ପ୍ରାପ୍ତ କରିବାରେ ସହାୟକ ହୋଇନାହିଁ ବରଂ କୌଣସି ଦଲାଲ, ନିରବଚ୍ଛିନ୍ନ କାରବାର ଏବଂ ସଞ୍ଚୟ ସଞ୍ଚୟ ବିନା ଉଦ୍ଦିଷ୍ଟ ହିତାଧିକାରୀଙ୍କୁ ସରକାର ଦ୍ୱାରା କରାଯାଇଥିବା ଅସୁବିଧାମୁକ୍ତ ସବସିଡି / ଦେୟ ପାଇଁ ଏକ ପ୍ଲାଟଫର୍ମ ଭାବରେ ମଧ୍ୟ କାର୍ଯ୍ୟ କରିଛି । କେବଳ ସେତିକି ନୁହେଁ, ଜନ ସୁରକ୍ଷା ଯୋଜନା (ମାଇକ୍ରୋ ଇନସ୍ୟୁରାନ୍ସ ସ୍କିମ୍) ଜରିଆରେ ଲକ୍ଷ ଲକ୍ଷ ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କୁ ଜୀବନ ଓ ଦୁର୍ଘଟଣା ବୀମା ଯୋଗାଇଦେବାରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

ପିଏମଜେଡିୱାଇକୁ ନେଇ ଜନ-ଧନ ଆଧାର ଏବଂ ମୋବାଇଲ (ଜେଏଏମ) ଟ୍ରିନିଟି ଏକ ଡାଇଭର୍ସନ୍-ପ୍ରୁଫ୍ ସବସିଡି ବିତରଣ ବ୍ୟବସ୍ଥା ବୋଲି ପ୍ରମାଣିତ ହୋଇଛି। ଜେଏଏମ୍ ଜରିଆରେ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଅଧୀନରେ ସରକାର ସବସିଡି ଓ ସାମାଜିକ ସୁବିଧା ସିଧାସଳଖ ଗରିବ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରିଛନ୍ତି।

 

ShareTweetSendShare

RelatedNews

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
Latest News

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଆଜି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ରେଜଲ୍ଟ
Latest News

ଆଜି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ରେଜଲ୍ଟ

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?
Latest News

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?
Latest News

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?

ରାଜ୍ୟରେ କାଳବୈଶାଖୀ ବର୍ଷା ନେଇ ଆଲର୍ଟ
Latest News

ଆହୁରି ୪ ଦିନ କାଳବୈଶାଖୀ

Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଆଜି ମହାପ୍ରଭୁଙ୍କ ଖସାପଡା ନିତି

ପୁରୀ କେବଳ ‘ଜଗନ୍ନାଥ ଧାମ’

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.