ରାଜ୍ୟସଭାରେ ବି ସଂଖ୍ୟା ଗରିଷ୍ଠତା ହାସଲ କରିଛି ବିଜେପି ନେତୃତ୍ବାଧୀନ ଏନଡ଼ିଏ । 9 ଟି ରାଜ୍ୟର 12 ଟି ଆସନରେ ଏନଡ଼ିଏ ନିର୍ଦ୍ବନ୍ଦ୍ବରେ ବିଜୟୀ ହୋଇଛି । ଏନଡ଼ିଏ 11 ଟି ଆସନ ଓ କଂଗ୍ରସ 1 ଟି ଆସନ ହାତେଇଛି । ବିଜପିର 9 , ଏନସିପି ଦଳର ଜଣେ , ରାଷ୍ଟ୍ରୀୟ ଲୋମ ମୋର୍ଚ୍ଚା ଦଳର ଜଣେ ଏବଂ କଂଗ୍ରେସର ଜଣେ ସଦସ୍ୟ ରାଜ୍ୟସଭାକୁ ନିର୍ବାଚନ ହୋଇଛନ୍ତି ।
ଏନଡ଼ିଏ ପ୍ରଥମ ଥର ପାଇଁ ରାଜ୍ୟସଭାରେ ବହୁମତ ହାସଲ କରିଛି । 245 ସଦସ୍ୟ ବିଶିଷ୍ଠ ରାଜ୍ୟସଭାରେ ଏବେ ଆହୁରି 8 ଟି ଆସନ ଖାଲି ରହିଛି । ଏହି ଆସନ ପାଇଁ ଜଣ ଜମ୍ମୁ କଶ୍ମୀରରୁ ଏବଂ 4 ଜଣ ମନୋନୀତ ସଦସ୍ୟଙ୍କୁ ଚୟନ କରାଯିବ ।
ଏହି ନିର୍ବାଚନ ସଦସ୍ୟମାନେ 2028 ମସିହା ପର୍ଯ୍ୟପ୍ତ ସାଂସଦ ହୋଇ ରହିବେ । ନବ ନିର୍ବାଚିତ 12 ଜଣଙ୍କୁ ମିଶାଇଲେ ରାଜ୍ୟସଭାରେ ବିଜେପିର ସଂଖ୍ୟା 96ରେ ପହଞ୍ଚିଛି । ସେହିପରି ଏନଡ଼ିଏର ସଂଖ୍ୟା 112 କୁ ବୃଦ୍ଧି ପାଇଛି ।
କଂଗ୍ରେସର ସଦସ୍ୟ ସଂଖ୍ୟା ବୃଦ୍ଧି ପାଇ ଏବେ 27ରେ ପହଞ୍ଚିଛି । କଂଗ୍ରେସର ସହଯୋଗୀଙ୍କ ନିକଟରେ 58 ଜଣ ସଦସ୍ୟ ଥିବାରୁ ବିରୋଧୀ ଦଳରେ ସମୁଦାୟ ସଦସ୍ୟ ସଂଖ୍ୟା 85 ହୋଇଯାଇଛି ।