ବର୍ଷା ଦିନେ ସୁସ୍ଥ ରହିବାକୁ ହେଲେ ଧ୍ୟାନ ଦେବାକୁ ପଡ଼ିବ ଶରୀର ଉପରେ । ଥଣ୍ଡା ରୋଗଠାରୁ ଦୂରରେ ରହିବାକୁ ପଡ଼ିବ । ଖାଦ୍ୟକୁ ଭଲ ଭାବେ ରୋଷେଇ କରିବା ଦରକାର। ପନିପରିବା ଅଧିକ ଖାଆନ୍ତୁ । ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏହି ସମୟରେ ସତର୍କ ରହିବା ପାଇଁ ପରାମର୍ଶ ଦେଇଥାନ୍ତି । ବର୍ଷାରେ କଞ୍ଚା ଥିବା ଖାଦ୍ୟ ଖାଇବା ଦ୍ୱାରା ଶରୀରକୁ କ୍ଷତି ପହଞ୍ଚାଇଥାଏ। ଫଳ ଓ ପରିବା ଅଧିକ ମାତ୍ରାରେ ଖାଇବା ଉଚିତ। ଏହି ଋତୁରେ ଗରିଷ୍ଠ ଖାଦ୍ୟ ନ ଖାଇ ହାଲକା ଭୋଜନ କରିବା ଉଚିତ। କାରଣ ଏହି ସମୟରେ ପାଚନ କ୍ରିୟା ଶୀଘ୍ର ହୋଇନ ଥାଏ। ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ପାଇଁ ରସୁଣ, ଗୋଲମରିଚ, ଅଦା, ଧନିଆ ଓ ହଳଦୀ ଖାଇ ପାରିବେ। ବାସି ଖାଦ୍ୟ ନ ଖାଇବା ଶରୀର ପାଇଁ ଭଲ । ଘରେ ରୋଷେଇ ହୋଇଥିବା ଖାଦ୍ୟ ଖାଆନ୍ତୁ। ବାହାରେ ବିକ୍ରି ହେଉଥିବା ଛଣା ଖାଦ୍ୟ ଖାଇବା ଠିକ୍ ନୁହେଁ । ଖାଦ୍ୟ ଏହି ସମୟରେ କମ୍ ଖାଇବା ଭଲ। ଡେଙ୍ଗୁ ଭୟ ରହିଛି । ତେଣୁ ଜ୍ବର ହେଲେ ଡାକ୍ତରଙ୍କୁ ଦେଖାନ୍ତୁ । ଘରଠାରୁ ମଶା ଓ ମାଛିକୁ ଦୂରେଇ ରଖିବା ପାଇଁ କୀଟନାଶକ ପ୍ରୟୋଗ କରନ୍ତୁ । ଏହାସହିତ ଘର ପୋଛିବା ସମୟରେ ଫିନାଇଲ୍ ବ୍ୟବହାର କରନ୍ତୁ।