ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ଯୋଧପୁର ଠାରେ ରାଜସ୍ଥାନ ହାଇକୋର୍ଟର ପ୍ଲାଟିନମ୍ ଜୁବୁଲି ଉତ୍ସବର ସମାପନୀ ସମାରୋହକୁ ସମ୍ବୋଧିତ କରିଥିଲେ । ସେ ରାଜସ୍ଥାନ ହାଇକୋର୍ଟ ସଂଗ୍ରହାଳୟକୁ ମଧ୍ୟ ଉଦଘାଟନ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ 500 ରୁ ଅଧିକ ରାଜ୍ୟକୁ ଏକାଠି କରିବା ଏବଂ ଏହାକୁ ଏକତା ସୂତ୍ରରେ ବୁଣିବା ପାଇଁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରୟାସକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ ଜୟପୁର, ଉଦୟପୁର ଏବଂ କୋଟା ଭଳି ରାଜସ୍ଥାନର ବିଭିନ୍ନ ଦେଶୀୟ ରାଜ୍ୟ ମାନଙ୍କର ବିଜସ୍ବ ଉଚ୍ଚ ନ୍ୟାୟାଳୟ ଥିଲା, ଯାହା ରାଜସ୍ଥାନ ଉଚ୍ଚ ନ୍ୟାୟାଳୟକୁ ଅସ୍ତିତ୍ବକୁ ଆଣିବା ପାଇଁ ସମନ୍ବିତ ହୋଇଥିଲା । ଜାତୀୟ ଏକତା ଭାରତର ନ୍ୟାୟ ବ୍ୟବସ୍ଥାର ମୂଳଦୂଆ ଏବଂ ଏହାକୁ ସୁଦୃଢ କରିବା ଦ୍ବାରା ଦେଶ ଓ ଏହାର ବ୍ୟବସ୍ଥା ଆହୁରି ସୁଦୃଢ ହେବ ବୋଲି ମୋଦି କହିଥିଲେ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ନ୍ୟାୟ ସରଳ ଏବଂ ସାବଲୀଳ ଅଟେ କିନ୍ତୁ ବେଳେବେଳେ ପ୍ରକ୍ରିୟା ଏହାକୁ ଜଟିଲ କରିଦିଏ । ନ୍ୟାୟକୁ ଯଥାସମ୍ଭବ ସରଳ ଓ ସାବଲୀଳ କରିବା ପାଇଁ ସମସ୍ତ ପ୍ରୟାସ କରିବା ଆମର ସାମୂହିକ ଦାୟିତ୍ବ ବୋଲି ମୋଦୀ ମତ ଦେଇଥିଲେ । ଭାରତ ଏ ଦିଗରେ ଏକାଧିକ ଐତିହାସିକ ଏବଂ ଗୁରୁତ୍ବପୂଣ୍ଣ ପ୍ରୟାସ କରିଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ ।
ସେ ଆହୁରି ମଧ୍ୟ କହିଥିଲେ ଯେ ସରକାର ଅନେକ ଅପ୍ରାସଙ୍ଗିକ ଔପନିବେଶିକ ଆଇନକୁ ରଦ୍ଦ କରିଛନ୍ତି । ଗତ ଏକ ଦଶନ୍ଧି ମଧ୍ୟରେ ଦେଶରେ ଦ୍ରୁତ ଗତିରେ ପରିବର୍ତନ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ବୋରୋପ କରି କହିଥିଲେ ଯେ ଭାରତ ଦଶମ ସ୍ଥାନରୁ ବିଶ୍ବର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପହଂଚିବା ଭଳି ଉନ୍ନତି ଘଟିଛି । ନୂତନ ଭାରତର ଆବଶ୍ୟକତା ଅନୁଯାୟୀ ନୂତନ ଉଭାବନ ଏବଂ ବ୍ୟବସ୍ଥାର ଆଧୁନିକୀକରଣର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ । ଆଜି ଭାରତର ସ୍ପପ୍ନ ବଡ଼ ଏବଂ ନାଗରିକ ମାନଙ୍କର ଆକାଂକ୍ଷା ଉଚ୍ଚ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସମସ୍ତଙ୍କ ପାଇଁ ନ୍ୟାୟ ହାସଲ କରିବା ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ । ପ୍ରଧାନମନ୍ତ୍ରୀ ଭାରତର ନ୍ୟାୟିକ ବ୍ୟବସ୍ଥାର ବୈପ୍ଳବିକ ପରିବର୍ତନ ଆଣିବାରେ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ ଏବଂ ଇ କୋର୍ଟ ପ୍ରକଳ୍ପର ଉଦାହରଣ ଦେଇଥିଲେ । ବର୍ତମାନ ସୁଦ୍ଧା ଦେଶରେ 18,000ରୁ ଅଧିକ ଅଦାଲତକୁ କମ୍ପ୍ୟୁଟରୀକରଣ କରାଯାଇଛି ଏବଂ ଜାତୀୟ ନ୍ୟାୟିକ ଡ଼ାଟା ଗ୍ରିଡ଼ ମାଧ୍ୟମରେ ଏକ କେନ୍ଦ୍ରିକ ଅନଲାଇନ ପ୍ଲାଟଫର୍ମରେ 26 କୋଟିରୁ ଅଧିକ ଅଦାଲତ ମାମଲାର ସୂଚନା ଉପଲବ୍ଧ କରାଯାଇଛି । 3000ରୁ ଅଧିକ କୋର୍ଟ କମ୍ପେଲକ୍ସ ଏବଂ 1200 ରୁ ଅଧିକ ଜେଲକୁ ଭିଡ଼ିଓ କନଫରେନ୍ସି ସୁବିଧା ସହିତ ସଂଯୋଗ କରାଯାଇଛି ବୋଲି ମୋଦୀ ସୂଚନା ଦେଇଥିଲେ ।