କେନ୍ଦ୍ର ସରକାର 31 ଅକ୍ଟୋବର 2019ରେ ଜମ୍ମୁ କଶ୍ମୀର ରାଜ୍ୟର ଏକ ଅଂଶ ଲଦାଖକୁ ଏକ ଅଲଗା କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ମାନ୍ୟତା ଦେଇଥିଲା ସେବେଠାରୁ ଲଦାଖକୁ ପୂଣ୍ଣ ରାଜ୍ୟ ମାନ୍ୟତା ଦେବା ପାଇଁ ଲଗାତାର ଦାବି ହୋଇଆସୁଛି । ଏବେ ଲଦାଖକୁ 5 ଟି ନୂଆ ଜିଲ୍ଲା ଗଠନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏହି 5 ଟି ନୂଆ ଜିଲ୍ଲା ଗଠନ ସହିତ ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପାଇବା ଦିଗରେ ଏକ ପଦକ୍ଷେପ ଭାବେ ବିବେଚନା କରାଯାଉଛି ।
ନୂଆ ଜିଲ୍ଲା ଗଠନ ନେଇ ନିଜେ ଗୃହମନ୍ତ୍ରୀ ଅମିତ ଶାହା ସୋସିଆଲ ମିଡ଼ିଆ ସାଇଟ ଏକ୍ସରେ ଏକ ପୋଷ୍ଟ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବିକଶିତ ଓ ସମୃଦ୍ଧ ଲଦାଖକୁ ଦୃଷ୍ଟିରେ ରଖି କେନ୍ଦ୍ରଶାସିତ ଅଞ୍ଚଳରେ 5 ଟି ନୂଆ ଜିଲ୍ଲା ଗଠନ କରିବାକୁ ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ଏହି ପାଞ୍ଚଟି ଜିଲ୍ଲାଜାନସ୍କର, ଦ୍ରାସ , ଶାମ , ନୁବ୍ରା ଏବଂ ଚାଙ୍ଗଥାଙ୍ଗ ନାମରେ ଗଠନ କରାଯାଇଛି । ଏହା ପ୍ରଶାସନକୁ ସୁଦୁଢ କରିବା ସହ ସହକାରୀ ସୁବିଧା କୁ ଲେକାଙ୍କ ଦ୍ବାରଦ୍ବାରରେ ପହଞ୍ଚାଇବାରେ ସହାୟକ ହେବ ।