ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମାସିକ ରେଡ଼ିଓ କାର୍ଯ୍ୟକ୍ରମ ମନ କୀ ବାତ ର 113 ତମ ଅଧ୍ୟାୟରେ ଶିଶୁଙ୍କ ପୋଷଣ ଦେଶ ପେଇଁ ସର୍ବୋଚ୍ଚ ପ୍ରାଥମିକତା ବୋଲି କହିଛନ୍ତି । ଦେଶରେ ପୋଷଣ ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ ସ୍ବାସ୍ଥ୍ୟମେଳା , ସ୍ବାସ୍ଥ୍ୟ ସଚେତନତା ଶିବିର , ସେମିନାର ଏବଂ ଓ୍ବେବିନାର ସମେତ ବିଭିନ୍ନ ପଦ୍ଧତି ଉପରେ ପ୍ରଧାମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି ଏବଂ ଆଗାମୀ ପୋଷଣ ମାସ ଅଭିଯାନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଶିଶୁଙ୍କ ପୋଷଣକୁ ଦେଶ ପ୍ରାଥମିକତା ଦେଉଛି । ଶିଶୁଙ୍କ ପୋଷଣ ଉପରେ ବର୍ଷତମାମ ଧ୍ୟାନ ଦିଆଯାଉଥିବା ବେଳେ ଗୋଟିଏ ମାସ ମଧ୍ୟରେ ସମଗ୍ର ଦେଶ ଏହା ଉପରେ ବିଶେଷ ଗୁରୁତ୍ବ ଦେବା ପାଇଁ ପ୍ରସ୍ତୁତ ହେଉଛି । ସେଥିପାଇଁ ପ୍ରତିବର୍ଷ ସେପ୍ଟେମ୍ବର ପହିଲାରୁ ସେପ୍ଟେମ୍ବର 30 ତାରିଖ ପର୍ଯ୍ୟନ୍ତ ଆମେ ପୋଷଣ ମାସ ପାଳନ କରିଥାଉ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ରାଜନୀତିରେ ଯୁବଗୋଷ୍ଠୀଙ୍କୁ ସକ୍ରିୟ ଅଂଶଗଅହଣ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି , ରାଜନୈତିକ ପରିବାରରୁ ଆସିନଥିବା 1 ଲକ୍ଷ ଯୁବକ ରାଜନୈତିକ ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ କରିବାକୁ ମୁଁ ଲାଲକିଲ୍ଲାରୁ ଅନୁରୋଧ କରିଥିଲି ଏବଂ ଏଥିପାଇଁ ଉତ୍ସାହଜନକ ପ୍ରତିକ୍ରିୟା ମିଳିଛି । ଯେଉଁମାନେ ରାଜନୈତିକ ପୃଷ୍ଠଭୂମିରୁ ଆସିନାହାନ୍ତି ସେହି ଯୁବକମାନେ ରାଜନୈତିକ ବ୍ୟବସ୍ଥା ସହ ଯୋଡ଼ି ପାଇଁ ଆହ୍ବାନକୁ ବିପୁଳ ସମର୍ଥନ ମିଳିବା ଏକ ଶୁଭ ସଙ୍କେତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ମଧ୍ୟପ୍ରଦେଶ ଝାବୁଆରେ ସଫେଇ କର୍ମଚାରୀମାନେ ବର୍ଜ୍ୟରୁ ସମ୍ପତ୍ତି ବାର୍ତାକୁ ବାସ୍ତବରେ ପରିଣତ କରିଥିବାରୁ ପ୍ରଧାମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଛନ୍ତି । ଝାବୁଆସ୍ଥିତ ଏକ ପାର୍କରେ ବର୍ଜ୍ୟବସ୍ତୁ ବ୍ୟବହୃତ ବୋତଲ , ଟାୟାର ଓ ପାଇପ ସଂଗ୍ରହ କରିଥିଲେ । ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମକୁ ବେଙ୍ଗାଲୁରୁସ୍ଥିତ ଷ୍ଟାର୍ଟଅପ ଗାଲାକ୍ସ ଆଇ ର ପାଞ୍ଚ ଜଣ ପ୍ରତିଷ୍ଠାତା ସଦସ୍ୟଙ୍କ ସହ ମଧ୍ୟ କଥା ହୋଇଛନ୍ତି । ଏହି ଷ୍ଟାର୍ଟଅପର ପ୍ରତିଷ୍ଠାତାମାନେ ଭାରତର ମହାକାଶ ବିକାଶ ବିଜ୍ଞାନର ଦିଗରେ ସହଯୋଗ କରୁଛନ୍ତି ।