ଜମ୍ମୁକାଶ୍ମୀର ଭୋଟରଙ୍କୁ ବୋକା ବନାଉଛନ୍ତି କି ଏନସିପି ଓ ପିଡିପି । ଭୋଟରଙ୍କୁ କହୁଛନ୍ତି ପୁଣି ଧାରା 370 ଲାଗିବ । ସେମାନଙ୍କୁ ଭୋଟ ଦେଲେ ସେମାନେ ଏହା କରିବେ । କିନ୍ତୁ ଏହା ଯେ ସେମାନେ କରିପାରିବେ ନାହିଁ । ଏହା ସଂସଦର କାମ ତାହା ଜାଣି ମଧ୍ୟ ସେମାନେ ଭୋଟରଙ୍କୁ ବୋକା ବନାଇବାକୁ ଚେଷ୍ଟା କରୁଛନ୍ତି । ଏହା କହିଛନ୍ତି ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ସଭାନେତ୍ରୀ ବନତୀ ଶ୍ରୀନିବାସନ । ସେ କହିଛନ୍ତି ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଭକୁଆ ବନାଇଥାନ୍ତି ଏହି ସବୁ ଦଳ । ଭୋଟରଙ୍କୁ ପ୍ରଲୋଭନ କରି ଭୋଟ ନେବା ସେମାନେ ବର୍ଷ ବର୍ଷ ଧରି କରିଆସୁଛନ୍ତି । କିନ୍ତୁ ଭୋଟରମାନେ ଏତେ ବୋକା ନୁହଁନ୍ତି । ସେମାନେ ତାଙ୍କ ଚାଲାକି ଧରି ସାରିଛନ୍ତି । ସେ କହିଛନ୍ତି ଯେ ଧାରା 370 କୁ ପୁଣି ଲାଗୁ କରିବାକୁ କହି କିଛି ନେତା ଭୋଟରଙ୍କୁ ବୋକା ବନାଇବାକୁ ଚାହୁଁଛନ୍ତି । ନ୍ୟାସନାଲ କନଫେରେନ୍ସ ଏବଂ ପିପୁଲ୍ସ ଡ଼େମୋକ୍ରାଟିକ ପାର୍ଟି ଜାଣିଛନ୍ତି ଏହା ପୁଣି ଲଗାଇବା ଏକ ପ୍ରକାର ଅସମ୍ଭବ କିନ୍ତୁ ସେମାନେ ଏପରି କହୁଛନ୍ତି । କେବଳ ଭୋଟ ପାଇବା ପାଇଁ । ଏହି ଦଳମାନେ ଜାମ୍ମୁ କାଶ୍ମୀର ବିଧାନସଭା ପାଇଁ ସେମାନଙ୍କ ଇସ୍ତାହାରରେ ଯେଉଁ ଗ୍ୟାରେଣ୍ଟି ଦେଉଛନ୍ତି ସେଥିରେ କିଛି ସମ୍ଭବ ନୁହେଁ କେବଳ ଲୋକଙ୍କୁ ବୋକା କରୁଛନ୍ତି ।
ବିଧାନସଭା ନିର୍ବାଚନ ପୂର୍ବରୁ ସେଠାର ବିଜେପି ମୁଖ୍ୟାଳୟରେ ଜମ୍ମୁ କାଶ୍ମୀର ମହିଳା ମୋର୍ଚ୍ଚାର ଏକ ବୈଠକ ପରେ ଶ୍ରୀନିବାସନ କହିଛନ୍ତି ଯେ ଜମ୍ମୁକାଶ୍ମୀର ଅଂଚଳରେ ଯୁବପିଢି ଏକ ଶାନ୍ତିପୂର୍ଣ ଜୀବନ ଏବଂ ବିକାଶ ଚାହୁଁଛନ୍ତି । ଯାହା କେବଳ ତାଙ୍କ ଦଳ ବିଜେପି ହିଁ ସୁନିଶ୍ଚିତ କରିପାରିବ । ଅନ୍ୟଦଳମାନେ ବିଭାଜନ ସୃଷ୍ଟି କରି ଲାଭ ପାଇବା କାମରେ ଲାଗିଛନ୍ତି । ସେମାନଙ୍କ ପରିବାର ଲୋକଙ୍କୁ ଥଇଥାନ ପାଇଁ କାମ କରୁଛନ୍ତି
ସେ ପୁଣି କହିଛନ୍ତି ଯେ ଧାରା 370 ଅନୁଯାୟୀ ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ମିଳିଥିଲା । ଧାରା 370 ପୁନରୁଦ୍ଧାର କରିବା ସେମାନଙ୍କ ପାଇଁ ଅସମ୍ଭବ ସେମାନେ ଲୋକଙ୍କୁ ବୋକା ବନାଇବାକୁ ଚେଷ୍ଟା କରୁଛନ୍ତି । ଏହା ଏକ ସାମ୍ବିଧାନିକ ସଂଶୋଧନ ଯାହା କେବଳ ସଂସଦରେ ହୋଇପାରିବ । ରାଜ୍ୟରେ ଏମାନେ କାହିଁକି ଏଭଳି ଗ୍ୟାରେଣ୍ଟି ଦେଉଛନ୍ତି ତାହା ସେମାନଙ୍କୁ ଜଣା । ଧାରା 370 ହିଁ କେବଳ ଭେଦଭାବ ଆଣୁଥିଲା ତାହା ଏବେ ଶେଷ ହୋଇଛି । ଜମ୍ମୁ କାଶ୍ମୀରରେ 3 ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ସେପ୍ଟେମ୍ବର 15 , ସେପ୍ଟେମ୍ବର 18 ଓ ଅକ୍ଟୋବର ପହିଲାରେ ମତଦାନ ହେବାକୁ ଯାଉଛି । ଅକ୍ଟୋବର 4 ତାରିଖରେ ଫଳାଫଳ ପ୍ରକାଶ ପାଇବ । ଏହା ପୂର୍ବରୁ ବିଭିନ୍ନ ଦଳ ନିର୍ବାଚନ ନେଇ ଲୋକଙ୍କୁ ବିଭିନ୍ନ ଗ୍ୟାରେଣ୍ଟି ଦେବାରେ ଲାଗିଛନ୍ତି ।