କେନ୍ଦ୍ର କ୍ୟାବିନେଟ ଶନିବାର ନୂଆ ପେନସନ ଯୋଜନା ୟୁନିଫାଏଡ଼ ପେନସନ ଯୋଜନା କୁ ଅନୁମୋଦନ କରିବା ପରେ ଏବେ ଅନ୍ୟ ରାଜ୍ୟମାନେ ଏହା ଉପରେ ବିଚାର ଆଲୋଚନା କରୁଛନ୍ତି । ଏବେ ରାଜ୍ୟଗୁଡ଼ିକ ମଧ୍ୟ ଏହି ପେନସନ ଯୋଜନାକୁ ଲାଗୁ କରିବାକୁ ଆଗେଇ ଆସୁଛନ୍ତି । ଯେଉଁ କର୍ମଚାରୀମାନେ 25 ବର୍ଷ ଚାକିରି କରିବେ ସେମାନେ ଏହି ନିଶ୍ଚିତ ପେନସନର ଲାଭ ପାଇବେ । ସେହିପରି ଯଦି କର୍ମଚାରୀଙ୍କର 15 ବର୍ଷରୁ କମ୍ ଓ 10 ବର୍ଷରୁ ଅଧିକ ଚାକିରି ଅଛି ତେବେ ସେହି କର୍ମଚାରୀଙ୍କୁ ସେବା ଅନୁପାତରେ 10 ହଜାର ଟଙ୍କା ପେନସନ ମିଳିବ ।ମହାରାଷ୍ଟ୍ର କ୍ୟାବିନେଟ ମଧ୍ୟ ଏହି ପେନସନ ଯୋଜନାକୁ ଅନୁମୋଦନ କରିଛି । ଏହି ଯୋଜନାରେ ସରକାରୀ କର୍ମଚାରୀଙ୍କୁ 50 ପ୍ରତିଶତ ପେନସନ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଏହି ଯୋଜନାରେ ନିଶ୍ଚିତ ପାରିବାରିବ ପେନସନ ନିଶ୍ଚିତ ସର୍ବନିମ୍ନ ପେନସନ , ବ୍ୟବସ୍ଥା ରହିଛି । ଏହି ଯୋଜନା ଦ୍ବାରା 23 ଳକ୍ଷ କେନ୍ଦ୍ର ସରକାରୀ କର୍ମଜାରୀ ଉପକୃତ ହେବେ । ଯଦି ରାଜ୍ୟ ସରକାରଙ୍କ କର୍ମଚାରୀ ମାନେ ମଧ୍ୟ ଏଥିରେ ସାମିଲ ହୁଅନ୍ତି ତେବେ ପ୍ରାୟ 90 ଲକ୍ଷ କର୍ମଚାରୀ ଏହି ଯୋଜନାରେ ଲାଭ ପାଇବେ । ୟୁନିଫାଇଡ଼ ପେନସନ ଯୋଜନାରେ ଅବସର ନେବାର 12 ମାସର ହାରାହାରି ମୂଳ ବେତନର 50 ପ୍ରତିଶତ ରାଶି ହେବା ଏହି ପେନସନ ପାଇଁ ସେବା ଯୋଗ୍ୟତା 25 ବର୍ଷ ହେବ ।