ଉତ୍ତରପ୍ରଦେଶରେ ଏକ ଅଜବ ଖବର ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବାକୁ ପତ୍ନୀଙ୍କୁ ନିର୍ଯାତନା ଦିଆଯିବା ସହ ତିନି ତଲାକ ମିଳିଛି । ଏନେଇ ପତ୍ନୀ ଅଭିଯୋଗ କରିବା ସହ ନ୍ୟାୟ ମାଗିଛନ୍ତି । ବାହାରାଇଚର ଜଣେ ମହିଳା ତାଙ୍କ ସ୍ବାମୀଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି କି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିବାକୁ ତାଙ୍କ ତାଙ୍କୁ ତିନ ତଲାକ ଦେଇଛନ୍ତି । ମହିଳା ଜଣକ ଅଯୋଧ୍ୟାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିଥିଲେ । ଯାହାକୁ ସହଜରେ ଗ୍ରହଣ କରିପାରିନଥିଲେ ତାଙ୍କ ସ୍ବାମୀ । ଯାହାକୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଏହି ଖବର ଭାଇରାଲ ହେବାରେ ଲାଗିଛି ।
ଏହି ମାମଲାକୁ ଭିତ୍ତି କରି ପୁଲିସ ଉକ୍ତ ବ୍ୟକ୍ତି ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମହିଳା ଜଣକ ଆହୁରି ବି ଅଭିଯୋଗ ଆଣିଛନ୍ତି ଯେ ସ୍ବାମୀ ସହ ତାଙ୍କ ଶଶୁରଘରର ଅନ୍ୟ ସଦସ୍ୟମାନେ ତାଙ୍କୁ ଶାରୀରିକ ନିର୍ଯ୍ୟାତନା ଦେଇଛନ୍ତି । ଏପରିକି ସେମାନେ ମହିଳାଙ୍କ ଗଳା କାଟି ହତ୍ୟା ଉଦ୍ୟମ ବି କରିଛନ୍ତି । ନିର୍ବାଚନ ପରେ ଏହି ନିର୍ଯାତନା ବଢ଼ିବାରେ ଲାଗିଛି । ଏଥିପାଇଁ ତାଙ୍କୁ କଷ୍ଟ ସହିବାକୁ ପଡ଼ୁଛି ।
ସେ ତାଙ୍କ ଅଭିଯୋଗ କହିଛନ୍ତି ସେ ବାହାରାଇଚର ଜରଓ୍ବାଲ ରୋଡ଼ର ବାସିନ୍ଦା । 2023 ମସିହା ଡ଼ିସେମ୍ବର 13 ତାରିଖରେ ଅଯୋଧ୍ୟାରେ କୋଟବାଲି ନଗରସ୍ଥିତ ମେହାଲା ଦିଲ୍ଲୀ ଦରଓ୍ବାଜାର ବାସିନ୍ଦା ଅର୍ଶଦଙ୍କୁ ବିବାହ କରିଥିଲେ। ବାହାଘର ଉଭୟ ପକ୍ଷଙ୍କ ସହମତିରେ ହୋଇଥିଲା ଓ ତାଙ୍କ ବାପା ତାଙ୍କ କ୍ଷମତାରୁ ଅଧିକ ଟଙ୍କା ଖର୍ଚ କରି ବାହା ଦେଇଥିଲେ । ବିବାହ ପରେ ସେ ଯେତେବେଳେ ସହରକୁ ଗଲେ ତ ତାଙ୍କୁ ଅଯୋଧ୍ୟାରେ ରାସ୍ତାଘାଟ ସବୁକିଛି ଭଲ ଲାଗିଲା ସେଥିପାଇଁ ସେ ମୋଦୀ ଓ ଯୋଗୀଙ୍କ ପ୍ରଶଂସା କରିଥିଲେ । ହେଲେ ସେହି କାରଣକୁ ନେଇ ତାଙ୍କ ସ୍ବାମୀ ନିର୍ଯାତନା ଦେବା ସହ ତିନ ତଲାକ ଦେଇଦେଲେ । ସେ ଏବେ ପୋଲିସ ନିକଟରେ ଅଭିଯୋଗ କରିବା ସହ ନ୍ୟାୟ ଚାହୁଁଛନ୍ତି ।