ଶେଖ ହସିନାଙ୍କ ସରକାରର ପତନ ପରେ ବାଂଲାଦେଶରେ ଅରାଜକତାର ବାତାବରଣ ସୃଷ୍ଟି ହୋଇଥିଲା । ଏବେ କିନ୍ତୁ ଶାନ୍ତି ଫେରୁଛି । ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର କମିଛି । ହିନ୍ଦୁଙ୍କୁ ସ୍ଥାନୀୟ ମୁସଲମାନମାନେ ଏବେ ମନ୍ଦିରୁଡ଼କର ସୁରକ୍ଷା ପାଇଁ ସହଯୋଗ କରୁଥିବା ଖବର ଆସୁଛି । ଢାକାରେ ଅନେକ ମନ୍ଦିର ଭାଙ୍ଗିଯାଇଛି । ମନ୍ଦିରର ସୁରକ୍ଷାକୁ ନେଇ ହିନ୍ଦୁ ସମ୍ପ୍ରଦାୟ ଚିନ୍ତିତ ଥିଲେ । କିନ୍ତୁ ଏହି ମନ୍ଦିରର ସୁରକ୍ଷା ପାଇଁ ହିନ୍ଦୁମାନେ ଆଗେଇ ଆସି ଆନ୍ଦୋଳନ କରିବା ପରେ ମୁସଲମାନମାନେ ଏବେ ହିନ୍ଦୁଙ୍କ ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି ।
ଅଗଷ୍ଟ 5 ରେ ହିଂସା ଘଟୁଥିଲା ଏବଂ ଶେଖ ହସିନା ଇସ୍ତଫା ଦେଇ ଚାଲି ଯାଇଥିଲେ । ସେତେବେଳେ ଅନେକ ମନ୍ଦିର ଆକ୍ରମଣକାରୀମାନେ ଭାଙ୍ଗି ଦେଇଥିଲେ । କିନ୍ତୁ କିଛି ମନ୍ଦିରକୁ ସୁରକ୍ଷିତ ରଖିଥିଲେ ସ୍ଥାନୀୟ ମୁସଲିମ । ମୁସଲମାନ ହିନ୍ଦୁ ଏବଂ ଅନ୍ୟ ଧର୍ମର ଲୋକମାନେ ଏକତ୍ରିତ ହୋଇ ମନ୍ଦିରର ସୁରକ୍ଷା ପାଇଁ ଏକଜୁଟ ହୋଇଥିଲେ । ଯେତେବେଳେ ବାଂଲେଦେଶରେ ହିଂସା ଦେଖାଦେଇଥିଲା ଭୟ ଯୋଗୁ ଖୁବ କମ ଲୋକ ମନ୍ଦିରକୁ ଆସୁଥିଲେ ପୂଜା ପାଇର୍ । କିନ୍ତୁ ବର୍ତମାନ ସ୍ବାଭାବିକ ହେବାପରେ ଲୋକମାନେ ପୁନର୍ବାର ମନ୍ଦିରକୁ ଆସୁଛନ୍ତି । ପୁଲିସଙ୍କ ମୁତୟନ ସଂଖ୍ୟ ମଧ୍ୟ ବୃଦ୍ଧି ପାଇଛି । ଆଗାମୀ ଦିନରେ ଦେଶରେ ନିର୍ବାଚନ ହେବ । କିଏ ସରକାର ଗଢ଼ିବ ତାହାକୁ ଅପେକ୍ଷା ରହିିଛି ।