ଅନୁସଚିତ ଜାତି ଏବଂ ଅନୁସୂଚିତ ଜନଜାତି ଙ୍କ ବିରୋଧରେ କେଉଁ ପଅରାଧ କ୍ଷେତ୍ରରେ ଏସସି/ ଏସଟି ଆଇନ ଲାଗୁ ହେବ ତାହା ସ୍ବଷ୍ଟ କରିଛନ୍ତି ସୁପ୍ରିମକୋର୍ଟ ।ଯଦି କୌଣସି ବ୍ୟକ୍ତି ଏହି ସମ୍ପ୍ରଦାୟର ଲେକାଙ୍କୁ ସେମାନଙ୍କ ଜାତି ସମ୍ପ୍ରଦାୟ ଏବଂ ଅସ୍ପୃଶ୍ୟତାକୁ ଆଧାର କରି ଅପମାନିତ କରିନାହାନ୍ତି ତେବେ ସେ କ୍ଷତ୍ରରେ କଠୋର ଏସଟି / ଏସଟି ଆଇନ ଲାଗୁ ହୋଇପାରିବ ନାହିଁ ବୋଲି ସର୍ବୋଚ୍ଛ ନ୍ୟାୟଳୟ ନିର୍ଦେଶ ଜାରି କରିଛନ୍ତି । ବିଚାରପତି ଜେ. ବି ପାର୍ଦିଓ୍ବାଲ ଏବଂ ମନୋଜ ମିଶ୍ରାଙ୍କୁ ଆଗୁଆ ଜାମିନ ପ୍ରଦାନ କରିବା ଅବସରରେ ଏହା କହିଛନ୍ତି । ଶାସନ ଅନୁସୂଚିତ ଜାତି ଗର୍ବର ସିପିଏମ ବିଧାୟକ ପି. ଭି ଶ୍ରୀନିଜନଙ୍କୁ ମାଫିଆ ଡ଼ନ କହିବାରୁ ତାଙ୍କ ନାମରେ ଏସସି/ଏସଟି ଆଇନ ବଳରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ତଳ କୋର୍ଟ ଏବଂ କେରଳ ହାଇକୋର୍ଟ ଶାଜନଙ୍କୁ ଆଗୁଆ ଜାମିନ ଦେବାକୁ ମନା କରିବାରୁ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ଏସସି/ ଏସଟି ସମ୍ପ୍ରଦାୟର ଲୋକଙ୍କ ପ୍ରତି କରାଯାଇଥିବା ପ୍ରତ୍ୟେକ ଉଦ୍ଦେଶ୍ୟମୂଳକ ଅପମାନଗୁଡ଼ିକୁ ଜାତିଭିତ୍ତିକ ଅପମାନ ବୋଲି ବିବେଚନା କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।