ରାଷ୍ଟ୍ରପତି ଦୌପଦୀ ମୁର୍ମୁ ମହାକାଶ ଆବର୍ଜନା ବୃଦ୍ଧିକୁ ନେଇ ଉଦବେଗ ପ୍ରକାଶ କରିବା ସହ 2030 ସୁଦ୍ଧା ଭବିଷ୍ୟତରେ ମହାକାଶ ଅଭିଯାନକୁ ଆଜର୍ଜନା ମୁକ୍ତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିବାରୁ ଇସ୍ରୋକୁ ପ୍ରଶଂସା କରିଛନ୍ତି । 23 ଅଗଷ୍ଟ 2023 ର ଚନ୍ଦ୍ରଯାନ -3 ର ଲ୍ୟାଣ୍ଡରକୁ ଚନ୍ଦ୍ରରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କରାଇ ଭାରତ ଏକ ଐତିହାସିକ ମାଇଳଖୁଣ୍ଟ ହାସଲ କରିଥିଲା ଏହା ଭାରତ ପାଇଁ ଏକ ଗୌରବାବହ ଦିନା ଭାରତର ଚନ୍ଦ୍ରଯାନ 3 ର ଚନ୍ଦ୍ରପୃଷ୍ଠରେ ଏହି ସଫଳ ଅବତରଣ ଦିବସକୁ ଭାତୀୟ ମହାକାଶ ଦିବସ ଭାବେ ପାଳନ କରାଯାଉଛି ।
ପ୍ରଥମ ଜାତୀୟ ମହାକାଶ ଦିବସ ଅବସରରେ ରାଷ୍ଟ୍ରପତି ମୁର୍ମୁ ଶୁଭେଚ୍ଛା ଜଣାଇବା ସହ ଚନ୍ଦ୍ରଯାନ 3 ଅବତରଣ ପ୍ରଥମ ବାର୍ଷିକୀ ତଥା ପ୍ରଥମ ଜାତୀୟ ମହାକାଶ ଦିବସ ପାଳନ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । ଚନ୍ଦ୍ରଯାନ 3 ଅବତରଣର ପ୍ରଥମ ବାର୍ଷିକୀ ତଥା ପ୍ରଥମ ଜାତୀୟ ମହାକାଶ ଦିବସ ପାଳନ ଅବସରରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ ମହାକାଶ ଆବର୍ଜନା ଭବିଷ୍ୟତ ମହାକାଶ ଅଭିଯାନ ପାଇଁ ସମସ୍ୟା ସୃଷ୍ଟି କରିପାରେ । ମହାକାଶ ଗବେଷଣା କାର୍ଯ୍ୟକଳାପର ନିରନ୍ତର ଅଗ୍ରଗତିକୁ ସୁନିଶ୍ଚିତ କରୁଥିବା ଇସ୍ରୋର ପରିବେଶ ଅନୁକୂଳ ପ୍ରୟାସକୁ ରାଷ୍ଟ୍ରପତି ପ୍ରଶଂସା କରିଥିଲେ । 2030 ସୁଦ୍ଧା ଭାରତ ନିଜର ସମସ୍ତ ମହାକାଶ ଅଭିଯାନକୁ ଆବର୍ଜନାମୁକ୍ତ କରିବା ଦିଗରେ ଆଗେଇ ଚାଲିଛି ବୋଲି ମୁର୍ମୁ କହିଛନ୍ତି ।
ସୀମିତ ସମ୍ବଳରେ ସଫଳତାର ସହ ଶେଷ ହୋଇଥିବା ମଙ୍ଗଳ ଅଭିଯାନ ହେଉ କିମ୍ବା ଏକାଥରକେ ଶହେରୁ ଅଧିକ ଉପଗ୍ରହର ସଫଳ ଉତକ୍ଷେପଣ ହେଉ । ଆମେ ଅନେକ ପ୍ରଭାବଶାଳୀ ସଫଳତା ହାସଲ କରିଛୁ ବୋଲି ମୁର୍ମୁ କହିଛନ୍ତି । ସ୍ବାସ୍ଥ୍ୟ ଓ ଔଷଧ ପରିବହନ, ନିରାପତ୍ତା , ଶକ୍ତି ପରିବେଶ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ସମେତ ଅନେକ କ୍ଷେତ୍ର ମହାକାଶ କ୍ଷେତ୍ରର ବିକାଶଦ୍ବାରା ଉପକୃତ ହୋଇଛନ୍ତି । ମହାକାଶ କ୍ଷେତ୍ରକୁ ଘରୋଇ ସଂସ୍ଥାଙ୍କ ପାଇଁ ଉନ୍ନୁକ୍ତ କରାଯିବ ପରେ ଷ୍ଟାର୍ଟଅପ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇଛି । ଏହା କେବଳ ମହାକାଶ ଗବେଷଣାକ୍ଷେତ୍ରରେ ଅଗ୍ରଗତି ଆଣିନାହିଁ ବରଂ ଯୁବପିଢିଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ଓ ଉନ୍ନତି ପାଇଁ ନୂଆ ସୁଯୋଗ ଦେଇଛି ବୋଲି ମୁର୍ମୁ କହିଛନ୍ତି ।