Saturday, May 10, 2025
No Result
View All Result
Odisha 365

Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
Odisha 365
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
No Result
View All Result
Odisha 365
No Result
View All Result

Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
  • ଜୀବନଶ yle ଳୀ
Home ରାଜ୍ୟ

ଗଣତନ୍ତ୍ରର ପବିତ୍ର ଗୃହରେ ବିଜେଡି ବିଧାୟକଙ୍କ ବ୍ୟବହାର,ଆଚରଣ ଅତ୍ୟନ୍ତ ଲଜ୍ଜାଜନକ: ରାଜ୍ୟ ସଭାନେତ୍ରୀ ଡା. ଐଶ୍ୱର୍ଯ୍ୟା

Ramesh Parida by Ramesh Parida
Aug 23, 2024, 07:07 pm GMT+0530
FacebookTwitterWhatsAppTelegram

ପବିତ୍ର ବିଧାନସଭା ଗୃହରେ ବାଚସ୍ପତିଙ୍କ ଉପରେ ଆକ୍ରମଣ ଭଳି ସ୍ଥିତି ସୃଷ୍ଟି କରି ଜଣେ ମହିଳାଙ୍କ ଉପରେ ବିଜେଡି ବିଧାୟକଙ୍କ ବ୍ୟବହାର/ଆଚରଣ ଅତ୍ୟନ୍ତ ଲଜ୍ଜାଜନକ, ଦୁର୍ଭାଗ୍ୟଜନକ ଓ ଦୁଃଖଦାୟକ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜଣେ ମହିଳା ବାଚସ୍ପତିଙ୍କୁ ସର୍ବାଧିକ ସମ୍ମାନ ଦେବା ବଦଳରେ ବିରୋଧୀ ଦଳର ଏପରି ବ୍ୟବହାର ସମଗ୍ର ଓଡ଼ିଶବାବାସୀଙ୍କୁ ବ୍ୟଥିତ କରିଛି । ମହିଳାମାନଙ୍କୁ ଅସମ୍ମାନ ଓ ଦୁର୍ବ୍ୟବହାର କରିବା ବିଜେଡିର ଚରିତ୍ର । ଗତ ୨୪ବର୍ଷ ଶାସନରେ ମହିଳାଙ୍କ ପ୍ରତି ଅପରାଧ ସୀମା ଲଂଘିଥିଲା । ବିଜେଡି ସରକାର ସମୟରେ ମହିଳାଙ୍କ ପ୍ରତି ଯେଉଁ ଭଳି ଅପରାଧ ହୋଇଥିଲା, ବୋଧହୁଏ ଅନ୍ୟ କୌଣସି ରାଜ୍ୟରେ ସେପରି ହୋଇ ନ ଥିଲା । ଏହି ସରକାର ସମୟରେ ସାଇବର କ୍ରାଇମଠାରୁ ଆରମ୍ଭ କରି ଅନ୍ୟାନ୍ୟ ମହିଳା ବିରୋଧୀ ଅପରାଧିକ କାର୍ଯ୍ୟକଳାପରେ ଓଡ଼ିଶା ଏକ ନମ୍ବର ଥିଲା । ବିଜେଡି ଦଳ ସବୁବେଳେ ମହିଳାଙ୍କୁ ଅସମ୍ମାନ କରିଛି । ସେଥିପାଇଁ ଲୋକେ ତାଙ୍କୁ ଜବାବ ଦେଇଛନ୍ତି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା. ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି ।
ଡା. ବିଶ୍ୱାଳ କହିଛନ୍ତି ଯେ, ଗତ ୨୪ ବର୍ଷ ଶାସନରେ ରହିବା ପରେ ଓଡ଼ିଶାକୁ ବିଜେଡି ନିଜର ଜାଗିର ବୋଲି ଭାବୁଥିଲା । କ୍ଷମାତାଚ୍ୟୁତ ହେବାପରେ ଦଳ ତାକୁ ସହଜରେ ଗ୍ରହଣ କରି ନ ପାରି ଗୃହରେ ନିଜର ହତାଶାଭାବ ପ୍ରଦର୍ଶିତ କରିଛି । ମହିଳାମାନଙ୍କୁ ଅସମ୍ମାନ କରିବା ସେମାନଙ୍କ ସ୍ୱଭାବ ହୋଇଥିବାରୁ ଆଜି ମହିଳା ବାଚସ୍ପତିଙ୍କୁ ମାଡ଼ ମାରିବା ପାଇଁ ବିଜେଡି ଦଳର ବିଧାୟକମାନେ ପୋଡିୟମ ଉପରକୁ ଚଢ଼ି ଆସିଥିଲେ । ସଭ୍ୟ ସମାଜରେ ମହିଳା ବାଚସ୍ପତିଙ୍କ ଉପରକୁ ଏପରି ଆକ୍ରମଣ ସହଜରେ ଗ୍ରହଣ କରାଯାଇ ନ ପାରେ । ବିଧାନସଭା ଗୃହ ଭିତରେ ମହିଳା ବାଚସ୍ପତିଙ୍କୁ ସମ୍ମାନ ଦେଉ ନ ଥିବା ଦଳ ନିଜ ବିଧାନସଭା କ୍ଷେତ୍ରରେ କିପରି ମହିଳାଙ୍କୁ ସମ୍ମାନ ଦେଉଥିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଘଟଣାକୁ ଭାରତୀୟ ଜନତା ପାର୍ଟି ଏବଂ ଓଡ଼ିଶାବାସୀ ତୀବ୍ର ନିନ୍ଦା କରୁଛନ୍ତି । ଏଭଳି ସ୍ଥିିତିରେ ବିଜେଡିର ମହିଳା ବିଧାୟକମାନେ ନିରବ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ମାନନୀୟା ପୂର୍ବତନ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ନିରବତା ତାଙ୍କ ଅସହାୟତାକୁ ପ୍ରକଟ କରୁଛି ।
ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ବିଜେପି ସବୁବେଳେ ସବୁ ବିଷୟରେ ବିତର୍କ ପାଇଁ ପ୍ରସ୍ତୁତ । ଯଦି ଗୃହ ଚାଲନ୍ତା ମଦ ମୃତ୍ୟୁ ପ୍ରସଙ୍ଗରେ ସବୁ ଦଳର ସଦସ୍ୟମାନେ ପୁଙ୍ଖାନୁପୁଙ୍ଖଭାବେ ଆଲୋଚନା କରିପାରିଥାନ୍ତେ । ମାତ୍ର ଏଭଳି ନ କରି ଗୃହ ଚାଳିଥିବା ସମୟରେ ବିଜେଡି ଦଳ ଯେଉଁଭଳି ହିଂସ୍ର ଆଚରଣ କଲେ ସେଥିରୁ କିଛି ଲୁଚାଇବାକୁ ଚେଷ୍ଟା କରାଯାଉଥିବା ପ୍ରତୀୟମାନ ହେଉଛି । ଗତ ୨୪ ବର୍ଷ ଧରି ବେଆଇନ ମଦ କାରବାର ମାଧ୍ୟମରେ ଦଳୀୟ ଚାନ୍ଦା ଓ ଦଳର ନେତାଙ୍କ ହାତ ପାଣ୍ଠି ବିଜେଡି ଯୋଗାଡ କରିଛି । ଏଣୁ ମଦ ମୃତ୍ୟୁ ଘଟଣାରେ ସତ୍ୟ ସାମ୍ନାକୁ ଆସୁ ବୋଲି ସେମାନେ ଚାହୁନାହାଁନ୍ତି । ସତ ଲୁଚାଇବା ପାଇଁ ଜଣେ ମହିଳା ବାଚସ୍ପତିଙ୍କୁ ଅସମ୍ମାନିତ କରିବାକୁ ସେମାନେ ଉଦ୍ୟମ କରିଛନ୍ତି । ତାଙ୍କ ନେତା ନବୀନ ପଟ୍ଟନାୟକ ନିର୍ଦ୍ଦେଶରେ ଦଳର ବିଧାୟକମାନେ ଏପରି ଘଟଣା ଘଟାଇଛନ୍ତି । ମହିଳାଙ୍କୁ ଏପରି ଆକ୍ରମଣ କରିଥିବାରୁ, ବିଜେଡି ତଥା ବିରୋଧୀ ଦଳ ନେତା ନବୀନ ତାଙ୍କୁ ଆସି କ୍ଷମା ମାଗନ୍ତୁ । ଜଗନ୍ନାଥ ସଂସ୍କୃତିରେ ସବୁବେଳେ ମହିଳାମାନଙ୍କୁ ସମ୍ମାନ ଦିଆଯାଏ । ଏହାକୁ ଦୃଷ୍ଟିରେ ରଖି ବିଧାୟକ ଓ ନେତାମାନେ ମହିଳାଙ୍କୁ ସମ୍ମାନ ଦିଅନ୍ତୁ ବୋଲି ଡା. ବିଶ୍ୱାଳ ଅନୁରୋଧ କରିଛନ୍ତି ।
ଏହି ଅବସରରେ ମହିଳାମୋର୍ଚ୍ଚାର ରାଜ୍ୟ ଉପସଭାନେତ୍ରୀ ଡ. ପ୍ରୀତିପ୍ରତିଭା ଭୋଳ, ଡ. ରଞ୍ଜିତା ସେଠୀ ଓ ସାଧାରଣ ସମ୍ପାଦକ ଶ୍ରୀମତି ରଶ୍ମିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Tags: INDIAnewsodisha
ShareTweetSendShare

RelatedNews

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
Latest News

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଆଜି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ରେଜଲ୍ଟ
Latest News

ଆଜି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ରେଜଲ୍ଟ

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?
Latest News

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?
Latest News

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?

ରାଜ୍ୟରେ କାଳବୈଶାଖୀ ବର୍ଷା ନେଇ ଆଲର୍ଟ
Latest News

ଆହୁରି ୪ ଦିନ କାଳବୈଶାଖୀ

Latest News

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଆତଙ୍କବାଦୀ ମସୂଦ ଅଜହର ପରିବାରର ୧୦ ଜଣ ସଦସ୍ୟଙ୍କ ମୃତ୍ୟୁ

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଭାରତ ନେଲା ପ୍ରତିଶୋଧ: ଅପରେସନ୍ ସିନ୍ଦୂର

ଆଜି ମହାପ୍ରଭୁଙ୍କ ଖସାପଡା ନିତି

ପୁରୀ କେବଳ ‘ଜଗନ୍ନାଥ ଧାମ’

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.