ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନରେ ପହଞ୍ଚି ସେଠାକାର ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ୟୁକ୍ରେନରେ ଭବ୍ୟ ସ୍ବାଗତ କରାଯାଇଛି । ୟୁକ୍ରେନ ଗଠନ ହେବା ପରଠୁ ଭାରତର କୈାଣସି ପ୍ରଧାନମନ୍ତ୍ରୀ ୟୁକ୍ରେନ ଯାଇନାହାଁନ୍ତି । କିଭ୍ରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦି ସେଠାରେ ରହୁଥିବା ଭାରତୀୟ ସମ୍ପ୍ରଦାୟକୁ ଭେଟିଛନ୍ତି। ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କିଙ୍କୁ ଭେଟିବା ପରେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ଯାତ୍ରାକୁ ଆମେରିକା ସହ ପଶ୍ଚିମ ରାଷ୍ଟ୍ର ନଜର ରଖିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ୟୁକ୍ରେନ ଗସ୍ତକୁ ଆମେରିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛି। ମୋଦିଙ୍କ ଏହି ଗସ୍ତ ଐତିହାସିକ। ପ୍ରଧାନମନ୍ତ୍ରୀ ମୋଦି ଜେଲେନସ୍କିଙ୍କ ସହ ବ୍ୟକ୍ତିଗତ ଏବଂ ପ୍ରତିନିଧୀ ସ୍ତରୀୟ ଆଲୋଚନା କରିଛନ୍ତି । ରୁଷିଆ-ୟୁକ୍ରେନ ବିବାଦର ସମାଧାନ ଉପରେ ମୋଦି ଗୁରୁତ୍ବ ଦେଇଛନ୍ତି । ପିଏମ୍ ମୋଦି ଏବଂ ଏସ୍ ରାଜାମୌଲିଙ୍କ ଫିଲ୍ମ ‘ଆରଆରଆର’ ଯେଉଁ ସ୍ଥାନର ସୁଟିଂ ହୋଇଥିଲା ସେହି ପ୍ୟାଲେସରେ ସାକ୍ଷାତ କରିଛନ୍ତି ଜେଲେନ୍ସିଙ୍କୁ । ପିଏମ ମୋଦି ଏବଂ ଜେଲେନସ୍କି ମାରିସ୍କି ପ୍ୟାଲେସରେ ଫଟୋ ଉଠାଇବା ସହ କିଛି ସମୟ ବିତାଇଛନ୍ତି । ଏହା ହେଉଛି ସେହି ପ୍ରାସାଦ ଯାହା ସାମ୍ନାରେ ‘ଆରଆରଆର’ ଚଳଚ୍ଚିତ୍ରର ପ୍ରସିଦ୍ଧ ଗୀତ ନାଟୁ-ନାଟୁ ଶୁଟିଂ କରାଯାଇଥିଲା। ୨୦୨୧ରେ ନାଟୁ-ନାଟୁ ଗୀତ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସରକାରୀ ବାସଭବନ ମାରିସ୍କି ପ୍ୟାଲେସ ସମ୍ମୁଖରେ ଶୁଟିଂ କରାଯାଇଥିଲା।