ସିମ ବକ୍ସ ମାମଲାରେ ଅଭିଯୁକ୍ତ ରାଜୁ ମଣ୍ଡଳକୁ କମିଶନରେଟ ପୁଲସି ଆଉ ଦୁଇଦିନିଆ ରିମାଣ୍ଡରେ ନେଇଛି । ତାକୁ ପୁଣି ପଚରାଉଚରା କରି ଅଧିକ ତଥ୍ୟ ଓଗାଳିବ । ପୁଲିସ ନିକଟରେ ରାଜୁକୁ ଝାରଖଣ୍ଡର ରାଞ୍ଚିକୁ ନେଇଥଲା ଭୁବନେଶ୍ବର , କଟକ ପରେ ଝାରଖଣ୍ଡରେ ସିବ ବକ୍ସ ରହିଛି ବୋଲି ତଦନ୍ତରୁ ଜଣାପଡ଼ିବା ପରେ ପୁଲିସ ତାକୁ ରାଞ୍ଚି ନେଇଥଲା । ତଦନ୍ତକାରୀ ଟିମ ସହିତ ଅଭିଯୁକ୍ତ ରାଜୁ ମଣ୍ଡଳକୁ ଝାରଖଣ୍ଡ ନିଆଯାଇଥିଲା । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ଅସଦୁର ଜମାନଙ୍କୁ ଗିରଫ କରିବା ପାଇଁ ଇଣ୍ଟରପୋଲର ସହାୟତା ନେଇଛି କମିଶନରେଟ ପୁଲିସ ।
ଏଣେ ସିମ ବକ୍ସ ମାମଲାରେ ରାଜୁ ମଣ୍ଡଳ ଗିରଫ ହେବା ଘଟଣାରେ ଆସିଥିଲା ନୂଆ ଟ୍ବିଷ୍ଟ । ରାଜୁ ମଣ୍ଡଳ ନିଖୋଜ ହେବା ନେଇ ପରିବାର ଲୋକ ଥାନାରେ ଏତଲା ଦେଇଛନ୍ତି । ପଶ୍ଚିମବଙ୍ଗର ଏକ ଥାନାରେ ରାଜୁର ନିଖୋଜ ରିପୋର୍ଟ ଦେଲେ ଘର ଲୋକ ମିସିଂ ରିପୋର୍ଟ ପାଇବେ ପରେ ରାଜୁ ମଣ୍ଡଳ ମୋବାଇଲ ଫୋନ ଟ୍ରାକ କରିଥିଲେ ପଶ୍ଚିମବଙ୍ଗ ପୁଲିସ ।
ରାଜୁର ଲାଷ୍ଟ ଲୋକେଶନ ଲକ୍ଷ୍ମୀସାଗର ଥାନା ସୋ କରିଥିଲା । ଲକ୍ଷ୍ମୀସାଗର ଥାନା ପୁଲିସ ସହ ପଶ୍ଚିମବଙ୍ଗ ପୁଲିସ କଥା ହେବ ପରେ ପରିବାର ଲୋକ ରାଜୁ ଗିରଫ ହବା ନେଇ ସୂଚନା ପାଇଥିଲେ । ଗିରଫ ସୂଚନା ପାଇବା ପରେ ରାଜୁ ମଣ୍ଡଳ ପରିବାର ଲେକ ଓକିଲ ସହ ଲକ୍ଷ୍ମୀସାଗର ଥାନା ଆସିଥିବା ବେଳେ ରାଜୁର ଗିରଫ ସମ୍ପକୀୟ ସବୁ ତଥ୍ୟ ଲକ୍ଷ୍ମୀସାଗର ଥାନା ପୁଳିସକୁ ଦେଇଥିଲା । ଏଥି ସହ ପରିବାର ଲୋକଙ୍କୁ ମଧ୍ୟ ରାଜୁ ସମ୍ପର୍କରେ ଅଧିକ ପଚରାଉଚରା କରିଥିଲା ଲକ୍ଷ୍ମୀସାଗର ଥାନା ପୁଲିସ ।