ପୁଣି ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା । ଆଜି ମଧ୍ୟ ଗୃହ ଆରମ୍ଭରୁ ମଦମୃତ୍ୟୁକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟେଗାଳ କରିଛନ୍ତି ବିରୋଧୀ । ଗୃହରେ ବିଜେଡ଼ିର ତୁମୁଳକାଣ୍ଡ ଓ ଅରାଜକତା ପରିଲିକ୍ଷିତ ହୋଇଛି । ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବିକରି ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢିଲେ ବିଧାୟକ । ଏହାପରେ ସାଢେ 11 ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢୀ । ବିଧାନସଭାରେ ମହିଳା ବାଚସ୍ପତିଙ୍କ ପୋଡ଼ିୟମ ଦଖଲ କରିବାକୁ ବିଜେଡ଼ି ପକ୍ଷରୁ ଉଦ୍ୟମ କରାଯାଇଛି । ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ସୋର ବିଧାୟକ ମାଧବ ଧଡ଼ା ଓ ଦେବଗଡ଼ ବିଧାୟକ ରୋମଞ୍ଚ ବିଶ୍ବାଳ ଚଢିଥିଲେ । ଏହାପରେ ବାଚସ୍ପତି ସୁରମା ପାଢୀ 11 ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ ।
ଟିକିଟି ମଦ ମୃତ୍ୟୁ ଘଟଣାରେ ବୁଧବାର ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ପ୍ରଦୀପ ପାଣିଗ୍ରାହୀ ନିଲମ୍ବନ ହୋଇଥିବା ବେଳେ ଗୁରୁବାର 2 ଅଧିକାରୀଙ୍କୁ ବଦଳି କରାଯାଇଛି । ବ୍ରହ୍ମପୁର ଅବକାରୀ ଇନ୍ସପେକ୍ଟର ଓ ଏସଆଇଙ୍କ ବଦଳି ହୋଇଛି । ଅବକାରୀ ଇନ୍ସପେକ୍ଟର ରମେଶ ଚନ୍ଦ୍ର ମହାନ୍ତି କୋରାପୁଟକୁ ବଦଳି ହୋଇଥିବା ବେଳେ ଏସଆଇ ପ୍ରସନ୍ନ କୁମାର ଜିଲ୍ଲାଙ୍କୁ ଢେଙ୍କାନାଳକୁ ବଦଳି କରାଯାଇଛି ।