ଭୁବନେଶ୍ବର: ଆଗକୁ ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ଡ୍ୟାନ୍ସ ବାର୍ ବନ୍ଦ କରାଯିବ। ଏନେଇ ମନ୍ତ୍ରୀ ଘୋଷଣା କରିଛନ୍ତି । ବିଧାନସଭାରେ ଶୁକ୍ରବାର ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଓଡ଼ିଆ ଅସ୍ମିତାକୁ ନେଇ ନୂଆ ଅବକାରୀ ନୀତି ଅଣାଯିବ। ସ୍କୁଲ, କଲେଜ, ମନ୍ଦିର ପାଖରେ ଆଉ ମଦ ଦୋକାନ ରହିବନି। ନୂଆ ନୀତିରେ ମଦଦୋକାନ କେଉଁଠି ରହିବ ତାହା ନେଇ ନିର୍ଦେଶ ରହିବ । ଶିକ୍ଷାନୁଷ୍ଠାନ ଓ ମନ୍ଦିର ଠାରୁ ମଦ ଦୋକାନ ଯଥେଷ୍ଟ ଦୂରରେ ରହିବ। ଏହାସହ ଚୋରା ମଦ କାରବାର ନେଟୱର୍କର ମୂଳୋତ୍ପାଟନ ହେବ ବୋଲି ମନ୍ତ୍ରୀ କହିଛନ୍ତି। ମଦ ମୃତ୍ୟୁ ନେଇ ବିଧାନସଭାରେ ଆଜି ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବାଚସ୍ପତି ସୁରମା ପାଢୀଙ୍କ ପୋଡିୟମ ଉପରେ ବିଜେଡି ବିଧାୟକ ଚଢିବାକୁ ଉଦ୍ୟମ କରିଥିଲେ