କୋଲକତା ଡ଼ାକ୍ତର ଦୁଷ୍କର୍ମ ଓ ମାମଲାକୁ ନେଇ ଏବେ ରାଜନୀତି ମଧ୍ୟ ସରଗରମ ରହିଛି । ପଶ୍ଚିମବଙ୍ଗ ଟିଏମସି ସରକାରକୁ ସୁପ୍ରିମକୋର୍ଟ ଏହି ମାମଲାରେ କଡ଼ା ଭର୍ତ୍ସନା କରିବଥିବା ବେଳେ ସାଧାରଣରେ ମଧ୍ୟ ସରକାରଙ୍କ ଆଭିମୁଖ୍ୟ ନେଇ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଏହି ମାମଲାରେ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ଏକ କଠୋର କେନ୍ଦ୍ରୀୟ ଆଇନ ଅନୁରୋଧ କରି ପଶ୍ଚିବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଛନ୍ତି । ମମତା ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ ସାରା ଦେଶରେ ପ୍ରତିଦିନ ପ୍ରାୟ 90 ଟି ଦୁଷ୍କର୍ମ ଘଟଣା ଘଟୁଛି ଏବଂ ଏହା ଭୟଙ୍କର । ଏହାକୁ ରୋକିବା ପାଇଁ କଠୋର ଆଇନ ସହ ଫାଷ୍ଟଟ୍ରାକ କୋର୍ଟରେ ଆବଶ୍ୟକତା ରହିଛି ବୋଲି ସେ ଦର୍ଶରଇଛନ୍ତି । ଅଗଷ୍ଟ 9 ତାରିଖରେ କୋଲକତା ଡ଼ାକ୍ତରଖାନାରେ ଜଣେ 31 ବର୍ଷୀୟ ଟ୍ରେନି ଡ଼ାକ୍ତରଙ୍କୁ ଦୁଷ୍ମର୍ମ ଓ ହତ୍ୟା କରାଯିବ ପରେ ଉପୁଜିଥିବା ପରିସ୍ଥିତି ପରିପେକ୍ଷୀରେ ମମତାଙ୍କ ଏହି ପତ୍ର ଚର୍ଚାରେ ରହିଛି । ଏହି ପ୍ରସଙ୍ଗରେ ସାରା ଦେଶରେ ବ୍ୟାପକ ବିକ୍ଷୋଭ ଓ ଡ଼ାକ୍ତରଖାନା ଧର୍ମଘଟ କରିଥିବା ବେଳେ ମମତା ପୂରା ଦେଶରେ ଦୁଷ୍ମର୍ମ ତଥ୍ୟ ରଖିଛନ୍ତି ଏବଂ କୋଲକାତା ମାମଲାକୁ ନେଇ ଅଧିକ ହୋହଲ୍ଲା କରାଯାଉଥିବା ନେଇ ପରୋକ୍ଷରେ ନିଜ ଅସନ୍ତୋଷ ବ୍ୟକ୍ତି କରିଛନ୍ତି ।
ମମତା ଲେଖିଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ମୁଁ ସମଗ୍ର ଦେଶରେ ନିୟମିତ ଏବଂ ବୃଦ୍ଧି ପାଉଥିବା ଦିଷ୍କର୍ମ ମାମଲା ନେଇ ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି ଏବଂ ଉପଲବ୍ଧ ତଥ୍ୟ ଅନୁଯାୟୀ ଅନେକ ମାମଲାରେ ହତ୍ୟା ସହିତ ଦୁଷ୍କର୍ମ ଘଟୁଛି । ସମଗ୍ର ଦେଶରେ ଦୈନିକ ପ୍ରାୟ 90 ଟି ଦୁଷ୍ମର୍ମ ଘଟିବା ଭୟଙ୍କର । ଏହା ସମାଜ ଓ ରାଷ୍ଟ୍ରର ଆତ୍ମବିଶ୍ୱାସ ଓ ବିବେକକୁ ଦୋହଲାଇ ଦେଇଥାଏ । ମହିଳାମାନେ ଯେପରି ସୁରକ୍ଷିତ ଅନୁଭବ କରିବେ ସେଥିପାଇଁ ଏହାକୁ ବନ୍ଦ କରିବା ଆମ ସମସ୍ତଙ୍କ କର୍ତବ୍ୟ । ଏଭଳି ଗମ୍ଭୀର ଓ ସମ୍ବେଦନଶୀଳ ପ୍ରସଙ୍ଗକୁ କଠୋର କେନ୍ଦ୍ରୀୟ ଆଇନ ଜରିଆାରେ ବ୍ୟାପକ ଭାବେ ସମାଧାନ କରାଯିବାର ଆବଶ୍ୟକତା ରହିଛି । ଯେଉଁଥିରେ ଏଭଳି ଘୃଣ୍ୟ ଅପରାଧରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ ହୋଇପାରିବ । ତୁରନ୍ତ ଶୁଣାଣି ପାଇଁ ଫେଷ୍ଟଟ୍ରାକ ସ୍ବତନ୍ତ୍ର ଅଦାଲତ ଗଠନ ଉପରେ ମଧ୍ୟ ବିଚାର କରାଯିବା ଉଚିତ । ଏଭଳି ମାମଲାର ଶୁଣାଣି 15 ଦିନ ମଧ୍ୟରେ ଶେଷ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।