ଦେଶରେ ଅତି କମ୍ ରେ 151 ଜଣ ସାଂସଦ ଓ ବିଧାୟକ ସେମାନଙ୍କ ନିର୍ବାଚନୀ ସତ୍ୟପାଠରେ ମହିଳା – ବିରୋଧୀ ଅପରାଧ ସମ୍ବନ୍ଧୀୟ ମାମଲା ଥିବା ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗରେ ସର୍ବାଧିକ ସଂଖ୍ୟକ ସାଂସଦ ଏଭଳି ମାମଲାର ସମ୍ମୁଖୀନ ହୋଇଛନ୍ତି । ଆସୋସିଏସନର ଫର ଡ଼େମୋକ୍ରାଟିକ ରିଫର୍ମସ ରିପୋର୍ଟରେ ଏକଥା ଦର୍ଶାଇଛନ୍ତି । ରିପୋର୍ଟ କହୁଛି 2019 ରୁ 2024 ମଧ୍ୟରେ ନିର୍ବାଚନ ସମୟରେ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ହୋଇଥିବା ସତ୍ୟପାଠ ମଧ୍ୟରୁ 4693ଟି ଯାଞ୍ଚ କରାଯାଇଥିଲା । 16 ଜଣ ସାଂସଦ ଓ 135 ଜଣ ବିଧାୟକ ମହିଳାଙ୍କ ବିରୋଧରେ ଅପରାଧ ସଂକ୍ରାନ୍ତ ମାମଲାର ସମ୍ମୁଖୀନ ହେଉଥିବା ଜଣାପଡ଼ିଥିଲା । ପଶ୍ଚିମବଙ୍ଗର 25 ଜଣ ସାଂସଦ ଓ ବିଧାୟକଙ୍କ ବିରୋଧରେ ମହିଳା ବିରୋଧୀ ଅପରାଧ ସଂକ୍ରାନ୍ତ ମାମଲା ଥିବା ବେଳେ ଆନ୍ଧ୍ରପ୍ରଦେଶରେ 21 ଜଣ ଏବଂ ଓଡ଼ିଶାରେ 17 ଜଣଙ୍କ ନାମରେ ଏପରି ମାମଲା ରହିଛି ।
ରିପୋର୍ଟ ଅନୁଯାୟୀ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ବିଜେପିର ସର୍ବାଧିକ 54 ସାଂସଦ ଓ ବିଧାୟକଙ୍କ ବିରୋଧରେ ମହିଳା ବିରୋଧୀ ଅପରାଧ ମାମଲା ଥିବା ବେଳେ କଂଗ୍ରେସର 23 ଜଣ ଏବଂ ତେଲୁଗୁ ଦେଶମ ପାର୍ଟି 17 ଜଣଙ୍କ ବିରୋଧରେ ମହିଳା ବରୋଧୀ ଅପରାଧ ମାମଲା ରହିଛି । ଉଭୟ ବିଜେପି ଓ କଂଗ୍ରେସର 5 ଜଣ ଲେଖାଏଁ ବିଧାୟକ ଦୁଷ୍ମର୍ମ ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି । ଏହି ରିପୋର୍ଟରେ ସାଂସଦ ଓ ବିଧାୟକ ଙ୍କ ବିରୋଧରେ ଥିବା ଅଦାଲତ ମାମଲାକୁ ତ୍ବାରାନ୍ବିତ କରିବା ପୁଲିସ ଦ୍ବାରା ସମ୍ପୂଣ୍ଣ ତଦନ୍ତକୁ ସୁନିଶ୍ଚିତ କରିବାକୁ ଆହ୍ବାନ ଦିଆଯାଇଛି ।