ଟ୍ରେନି ମହିଳା ଡ଼ାକ୍ତରଙ୍କୁ ଦୁଷ୍ମର୍ମ ଓ ହତ୍ୟା ମାମଲାକୁ ନେଇ ସିବିଆଇ ଓ କଲକାତା ପୁଲିସ ସୁପ୍ରିମକୋର୍ଟ ରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି । ଷ୍ଟାଟସ ରିପୋର୍ଟରେ ସିବିଆଇ କଲକାତା ପୁଲିସର ଅବହେଳା ଦର୍ଶାଇ ଥିବା ସୂଚନା ମିଳିଛି । ଏହା ସହିତ ଯେଉଁମାନଙ୍କୁ ସନ୍ଦେହ ଘେରରେ ରଖାଯାଇ ଜେରା କରାଯାଇଛି ସେମାନଙ୍କର ବିସ୍ତୁତ ବିବରଣୀ ମଧ୍ୟ ଷ୍ଟାଟସ୍ ରିପୋର୍ଟରେ ଦିଆଯାଇଛି । ଘଟଣାସ୍ଥଳ ସୁରକ୍ଷିତ ନ ଥିବା ତଦନ୍ତକାରୀ ସଂସ୍ଥା ରିପୋର୍ଟରେ ଦର୍ଶାଇଛି । ସିବିଆଇ ସହିତ କଲକାତା ପୁଲିସ ମଧ୍ୟ ଏହି ମାମଲାରେ ସୁପ୍ରିମକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛି ।
ସୂଚନା ଅନୁସାରେ ଏହି ଘଟଣାରେ ଗତ 6 ଦିନ ମଧ୍ୟରେ ସିବିଆଇ ଲଗାତାର ଦୁଇ ଜଣଙ୍କୁ ପଚରାଉଚରା କରିଛି । ଏଥିରେ ପ୍ରଥମ ଅଭିଯୁକ୍ତ ହେଉଛନ୍ତି ସଞ୍ଜୟ ରାୟ ଓ ଅନ୍ୟ ଜଣେ ହେଲେ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ । ସିବିଆଇ ଟିମ ସଂପୃକ୍ତ ହସ୍ପିଟାଲ ଯାଇ ସମସ୍ତ ଫୋରେନସିକ ଯାଞ୍ଚ ସହିତ ପ୍ରମାଣ ସଂଗ୍ରହ କରିବାକୁ ଚେଷ୍ଟା କରିଛି ।