ଯାହା ଆଶା କରାଯାଉଥିଲା ତାହା ହେଲା । ବରିଷ୍ଠ ଆଇଏଏସଙ୍କ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । 1991 ବ୍ୟାଚର ଆଇଏଏସ ଅଧିକାରୀ ଥିବା ସତ୍ୟବ୍ରତ ସାହୁଙ୍କୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ବଦଳି କରାଯାଇଛି । ସେହିପରି ଓଏମସି ଚେୟାରମ୍ୟାନ ତଥା ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଥିବା ଦେଓ ରଞ୍ଜନ ସିଂହଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସହ ଏସଆରସି ଦାୟିତ୍ବ ଦିଆଯାଇଛି । ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଅତରିକ୍ତ ମୁଖ୍ୟ ସଚିବ ଥିବା ସୁରେନ୍ଦ୍ର କୁମାରଙ୍କୁ ପର୍ଯ୍ୟଟନ ବିଭାଗ ସହ ଖଣି ଓ ଇସ୍ବାତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ବଦଳି କରାଯାଇଛି ।
ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଥିବା ହେମନ୍ତ ଶର୍ମାଙ୍କୁ ଶକ୍ତି ବିଭାଗର ମୁଖ୍ୟ ସଚିବ ଭାବେ ବଦଳି କରାଯାଇଛି । ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗର ମୁଖ୍ୟ ସଚିବ ଥିବା ବିଷ୍ଣୁପଦ ସେଠିଙ୍କୁ ଓଡ଼ିଆ ଭାଷା ସଂସ୍କୃତି ବିଭାଗର ସଚିବ ଉଷା ପାଢୀଙ୍କୁ ନଗରଉନ୍ନୟନ ବିଭାଗର ମୁଖ୍ୟ ସଚିବ ଭାବେ ବଦଳି କରାଯାଇଛି । ସେ ବାଣିଜ୍ୟ ଓ ପରିବହନ ବିଭାଗର ମୁଖ୍ୟ ସଚିବ ଭାବେ ଅତିରିକ୍ତ ମଖ୍ୟ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ । ଶିଳ୍ପ ବିଭାଗର ସ୍ବତନ୍ତ୍ର ସଚିବ ଥିବା ବିଶାଳ ଗଗନଙ୍କୁ ନୂଆଦିଲ୍ଲୀରେ ଆବାସିକ କମିଶନର ଭାବେ ବଦଳି କରାଯାଇଛି । ରାଜ୍ୟପାଳଙ୍କ ମୁଖ୍ୟ ସଚିବ ଥିବା ଏନବିଏସ ରାଜପୁତଙ୍କୁ କୌଶଳ ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗର ମୁଖ୍ୟ ସଚିବ ଭାବେ ବଦଳି କରାଯାଇଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମୁଖ୍ୟ ସଚିବ ଥିବା ଶାଳିନୀ ପଣ୍ଡିତଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ଭାବେ ବଦଳି କରାଯାଇଛି ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ଥିବା ଅସ୍ବଥି ଏସଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ଭାବେ ବଦଳି କରାଯାଇଛି । ଅନୁସୂଚିତ ଜାତି – ଜନଜାତି ବିଭାଗର କମିଶନର ଥିବା ରୂପା ରୋଶନ ସାହୁଙ୍କୁ ଦକ୍ଷିଶାଂଚଳ ଆରଡ଼ିସି ଭାବେ ବଦଳି କରାଯାଇଛି । ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବଙ୍କୁ ଆରଡ଼ିସି ସମ୍ବଲପୁର ଓ ଓଏସି ନିର୍ଦ୍ଦେଶକ ବଳବନ୍ତ ସିଂହଙ୍କୁ ପର୍ଯ୍ୟଟନ ବିଭାଗର କମିଶନର ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ସେହିପରି ବି ପରମେଶ୍ବରନଙ୍କୁ ଆରଡ଼ିସି କଟକ ଏନ ତିରୁମାଲା ନାୟକଙ୍କୁ ବିଡ଼ିଏର ଭାଇସ ଚେୟାରମ୍ୟାନ ଭାବେ ବଦଳି କରାଯାଇଛି । ସେହିପରି ସମର୍ଥ ବର୍ମାଙ୍କୁ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ, ଅନନ୍ୟା ଦାସଙ୍କୁ ଓସେପାର ନିର୍ଦ୍ଦେଶିକା ଭାବେ ବଦଳି କରାଯାଇଛି |